କୋରୋନା କଟକଣା ମଧ୍ୟରେ ଏଥର ପାଳନ ହେବ ସ୍ୱାଧୀନତା ଦିବସ, ତିନି ସହରରେ ସଟଡାଉନ ଦିନ ୧୧ଟା ଯାଏଁ କୋହଳ | News Room Odisha

କୋରୋନା କଟକଣା ମଧ୍ୟରେ ଏଥର ପାଳନ ହେବ ସ୍ୱାଧୀନତା ଦିବସ, ତିନି ସହରରେ ସଟଡାଉନ ଦିନ ୧୧ଟା ଯାଏଁ କୋହଳ

ଭୁବନେଶ୍ୱର – ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସ୍ୱାଧୀନତା ଦିବସ ରବିବାର ଦିନ ପଡୁଥିବା ବେଳେ କଟକ ଓ ଭୁବନେଶ୍ୱର ଓ ପୁରୀରେ ସଟଡାଉନକୁ ଦିନ ୧୧ଟା ଯାଏଁ କୋହଳ କରାଯାଇଛି ।

ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ, ଏଥର କୋଭିଡ କଟକଣାରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଜାତୀୟ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିବେ । କିନ୍ତୁ କଟକ, ଭୁବନେଶ୍ୱର ଓ ପୁରୀ ସହରରେ କୋରୋନା ସଂକ୍ରମଣ ହାର ଅଧିକ ଥିବାରୁ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ ଜଣ ଉପସ୍ଥିତ ରହିବେ ।