ମା' ତାରାତାରିଣୀ ପୀଠରେ ସୁବର୍ଣ୍ଣ ଚିତା ଲାଗି | News Room Odisha

ମା’ ତାରାତାରିଣୀ ପୀଠରେ ସୁବର୍ଣ୍ଣ ଚିତା ଲାଗି

ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ମନ୍ଦିରରେ ରବିବାର ଚିତାଉ ଅମବାସ୍ୟା ପର୍ବ ପାଳିତ ହୋଇଛି। ଏହି ଅବସରରେ ଦେବୀଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା ଯାହା ବର୍ଷକରେ ଏହି ପବିତ୍ର ତିଥିରେ ସମ୍ପନ୍ନ ହୋଇଥାଏ। ପାରମ୍ପରିକ ଓଡ଼ିଆ ରୀତିନୀତି ଅନୁସାରେ ଦେବୀଙ୍କ ପୂଜା କରାଯାଇଥିଲା।

ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି, ତାହା ପରେ ମଇଲମ ଲାଗି ଓ ପଞ୍ଚସୂତ୍ର ଅଭିଷେକ କରାଯାଇ ଥିଲା। ଦେବୀଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଯିବା ସହ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା, ଯାହା ଆଜିର ତିଥିର ବିଶେଷତ୍ତ୍ବ ଥିଲା। ମା’ ତାରାତାରିଣୀଙ୍କୁ ବିଲ୍ବାର୍ଚ୍ଚନ ସହ ଚିତାଉ ପିଠା ଭୋଗ ଅର୍ପଣ କରାଯାଇଥିଲା। ଏଥିସହ ଦେବୀଙ୍କ ମହାଆଳତୀ ସମ୍ପନ୍ନ ହୋଇଥିଲା। ମନ୍ଦିରର ପୂଜକ, ପୂଜା ପଣ୍ଡା ଜଗନ୍ନାଥ ରଣା, ତପନ ରଣା, ଅଶୋକ ରଣା, ପ୍ରକାଶ ରଣା, ବାପୁଜୀ ରଣା ଓ ଅନ୍ୟ ସେବାୟତଗଣ ଉପସ୍ଥିତ ରହି ଦେବୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରାଇଥିଲେ।

GanjamMaa Taratarini Temple