ବିଜୁ ଯୁବଜନତା ଦଳ ସମ୍ବଲପୁର ତରଫରୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗିପାଲି ଠାରେ ରକ୍ତଦାନ ଶିବିର | News Room Odisha

ବିଜୁ ଯୁବଜନତା ଦଳ ସମ୍ବଲପୁର ତରଫରୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗିପାଲି ଠାରେ ରକ୍ତଦାନ ଶିବିର

ସମ୍ବଲପୁର: ବିଜୁ ଯୁବଜନତା ଦଳ ସମ୍ବଲପୁର ଓ ଓଡିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧନକଉଡା ବ୍ଲକର ଯୋଗିପାଲିଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ପୂର୍ବତନ ଏସ୍.ଡି.ଏ ଅଧକ୍ଷ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ପଟୁଆ, ଜିଲ୍ଲା କୃଷକ ସେଲ ଅଧ୍ୟକ୍ଷ ଆନନ୍ଦ ଜେନା, ପୂର୍ବତନ ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ସଂଜିତ୍ ମହାନ୍ତି, ଜିଲ୍ଲା ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲୀପ ଦୁରିଆ, ଯୁବ ରାଜ୍ୟ ସମ୍ପାଦକ ମନୋଜ୍ ମହାପାତ୍ର, ଯୁବ ରାଜ୍ୟ ସାଧାରଣ ସମ୍ପାଦକ ହିରାଲାଲ ବେହେରା, ଯୁବ ଜୋନ୍ ସଭାପତି ଦେବାଶିଷ ପରିଡ଼ା, ରାଜ୍ୟ ପରିଷଦ ସଦସ୍ୟ ଗୋକୁଳ ମେହେର, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଚିତ୍ତରଂଜନ ରାଉଳ, ଜିଲ୍ଲା ଛାତ୍ର ଉପସଭାପତି ସୁମିତ୍ ପଟେଲ, ଧନକଉଡା ଡିଜିଟାଲ ସେକ୍ରେଟାରୀ ସୁଦର୍ଶନ ହରିପାଲ, ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ଓରାମ, ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସର ରେ ନବ ନିଯୁକ୍ତ ଜିଲ୍ଲା କର୍ମକର୍ତ୍ତା ଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି କୁମାରଚାନ୍ଦ ରାଉତ୍, ଜିଲ୍ଲା ଅନୁସୂଚିତ ଜାତି ଜନଜାତି ସେଲ୍ ସଭାପତି ମୋତିଲାଲ୍ ତନ୍ତୀ, ଜିଲ୍ଲା ସାଧାରଣ ସମ୍ପାଦକ ଏମ ଡି ସତ୍ୟେନ୍, ଜିଲ୍ଲା ସମ୍ପାଦକ ଶିଶିର ମହାନ୍ତି, ସମ୍ପାଦକ ଅଶୋକ କୁମାର ମାଝୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ରକ୍ତଦାନ ଶିବିର ରେ ୩୦ ୟୁନିଟ୍ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ରେଙ୍ଗାଲି ବ୍ଲକ ଯୁବ ଉପସଭାପତି ଆକାଶ ପଣ୍ଡା, ତାଲବ ସରପଞ୍ଚ ଶାରଦା ପ୍ରଧାନ, ତାଲବ ପଞ୍ଚାୟତ ଯୁବ ସଭାପତି ଯୁଗଲ ବନଛୋର, ତାଲବ ପଞ୍ଚାୟତ ଛାତ୍ର ସଭାପତି ଈଶ୍ବର ଠେଟୁଆ, ସରୋଜ ପ୍ରଧାନ, ବିଷ୍ଣୁ ପ୍ରଧାନ, ଉତ୍ତମ୍ ବାଗ୍, ସଞ୍ଜୟ ଓରାମ୍, ସାଧବ କୁମାର, ସରୋଜ୍ କର, ଯୁଗଳ ବଞ୍ଚୋର୍, ସସ୍ମିତା ଦୀପ, ଲିଲିମା ମଲ୍ଲିକ ମୁନ୍ନି ବେଗମ, ରାକ୍ଷୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।