ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୮୮୬ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୮୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୮୮୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୫୧୨ ଓ ସ୍ଥାନୀୟ ଅଂଚଳରୁ ୩୭୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୪, ପୁରୀରୁ ୫୩, କେନ୍ଦ୍ରାପଡାରୁ ୩୩, ଅନୁଗୁଳରୁ ୩୨, ଭଦ୍ରକରୁ ୩୧, ମୟୂରଭଞ୍ଜରୁ ୨୫, ନୟାଗଡରୁ ୨୫, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୫, ସୁନ୍ଦରଗଡରୁ ୧୨, ଢେଙ୍କାନାଳରୁ ୧୧, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୯, ବରଗଡରୁ ୮, ଗଞ୍ଜାମରୁ ୮, କୋରାପୁଟରୁ ୭, ରାୟଗଡାରୁ ୫, କନ୍ଧମାଳରୁ ୫, ଗଜପତିରୁ ୪, ନବରଙ୍ଗପୁରରୁ ୪, ଝାରସୁଗୁଡାରୁ ୩, ବୌଦ୍ଧ, ଦେବଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬କୁ ବୃଦ୍ଧି ପାଇଛି । ୧୧ ହଜାର ୪୮୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

COVID-19