କରୋନା ଅପଡେଟ୍: ଦେଶରେ ୩୫,୪୯୯ ନୂଆ ମାମଲା ଚିହ୍ନଟ, ୪୪୭ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୩୫,୪୯୯ ନୂଆ ମାମଲା ଚିହ୍ନଟ, ୪୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣର ବିପଦ ଏଯାବତ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୪୯୯ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଆଉ ୪୪୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷ ଦୁଇ ହଜାର ୧୮୮ରେ ପହଞ୍ଚିଛି | ଦେଶର ଆରୋଗ୍ୟ ହାର ବର୍ତ୍ତମାନ ୯୭.୪୦ ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ରବିବାର ସୁଦ୍ଧା ଦେଶର ୫୦ କୋଟି ୬୮ ଲକ୍ଷ ୧୦ ହଜାର ୪୯୨ଟିକା ଡୋଜ୍ ଦିଆଯାଇଛ । ସେଥିମଧ୍ୟରୁ ଗତକାଲି ୫୫ ଲକ୍ଷ ୯୧ ହଜାର ୬୫୭ ଡୋଜ ଦିଆଯାଇଥିଲା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କହିଛି ଯେ ଗତକାଲି ଭାରତରେ ୧୩ ଲକ୍ଷ ୭୧ ହଜାର ୮୭୧ ନମୁନା ପରୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ ମୋଟ ୪୮ କୋଟି ୧୭ ଲକ୍ଷ ୬୭ ହଜାର ୨୩୨ ନମୁନା ପରୀକ୍ଷା କରାଯାଇଛି।