କ୍ୟାବିନେଟ ନିଷ୍ପତ୍ତି : ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ , ସମ୍ବଲପୁର ଆଇଆଇଏମ ପାଇଁ ୪ .୨୧ କୋଟି ପ୍ରିମିୟମ ଛାଡ | News Room Odisha

କ୍ୟାବିନେଟ ନିଷ୍ପତ୍ତି : ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ , ସମ୍ବଲପୁର ଆଇଆଇଏମ ପାଇଁ ୪ .୨୧ କୋଟି ପ୍ରିମିୟମ ଛାଡ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଓଏଫଏସ୍ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୯୧୨ କ୍ୟାଡର ପରିବର୍ତ୍ତେ ଏବେ ୧୦୧୬ କ୍ୟାଡର ରହିବେ । ସମ୍ବଲପୁରରେ ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ପାଇଁ ୧୮ ଦଶମିକ ୨୩ ଏକର ଜମି ଯୋଗାଇବେ ରାଜ୍ୟ ସରକାର । ଏହାଛଡା ଆଇଆଇଏମ ପାଇଁ ୪ ଦଶମିକ ୨୧ କୋଟି ଟଙ୍କାର ପ୍ରିମିୟମ ଛାଡ କରିଛନ୍ତି ରାଜ୍ୟ ସରକାର ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅବଢା ଯୋଜନାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ୩୩୧ ଦଶମିକ ୨୮ କୋଟି ଟଙ୍କ।।ର ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ଏହି ପ୍ରକଳ୍ପ କାମ ୧୮ ମାସରେ ସରିବ ।

ଓଡିଶା ଜିଏସଟି ଆଇନ -୨୦୧୭ରେ ସଂଶୋଧନକୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରୀ ।