ରାଜ୍ୟରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୧ ହଜାର ୪୧ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୧ ହଜାର ୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ହଜାରେ ତଳକୁ ଖସିବା ପରେ ରାଜ୍ୟରେ ପୁଣି ବଢିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୫ ଏବଂ ସ୍ଥାନୀୟ ଅଂଚଳରୁ ୪୩୬ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁରରୁ ୮୧, ଅନୁଗୁଳରୁ ୫୭, ଯାଜପୁରରୁ ୩୬, ପୁରୀରୁ ୩୪, କେନ୍ଦ୍ରାପଡାରୁ ୨୮, ନୟାଗଡରୁ ୨୮, ମୟୂରଭଞ୍ଜରୁ ୨୮ ,ରାୟଗଡାରୁ ୨୬, ବାଲେଶ୍ୱରରୁ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୯, ଦେବଗଡରୁ ୭, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭କୁ ବୃଦ୍ଧି ପାଇଛି । ୧୦ ହଜାର ୯୮୮ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19Odisha