କାଳିଆ ଛାତ୍ରବୃତ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ | News Room Odisha

କାଳିଆ ଛାତ୍ରବୃତ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ପିଲାଙ୍କ ଲାଗି ଆରମ୍ଭ ହୋଇଛି କାଳିଆ ଛାତ୍ରବୃତ୍ତି । ଏଥିପାଇଁ ଆଜିଠାରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ http:/scholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ଏହାଛଡା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୧୫୫୩୨/ ୧୮୦୦-୩୪୫-୬୭୭୦ ଓ scholarshipagri@gmail.com ଜାରି ହୋଇଛି ।