କୋଭାକ୍ସିନ୍ ଓ କୋଭିଶିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଡିସିଜିଆଇର ଅନୁମତି | News Room Odisha

କୋଭାକ୍ସିନ୍ ଓ କୋଭିଶିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଅନୁମତି ଦେଇଛି। ସୂତ୍ରରୁ ପ୍ରକାଶ ଯେ ଏହି ଅଧ୍ୟୟନ ଏବଂ ଉଭୟ ଟିକାରେ ମିକ୍ସିଂ ଡୋଜ୍ ର କ୍ଲିନିକାଲ ଟ୍ରାଏଲ୍ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯିବ।

ଟିକା ଉପରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ୨୯ ଜୁଲାଇରେ ଉଭୟ ଟିକା ମିଶ୍ରଣ ନେଇ ଏକ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ | ଉଲ୍ଲେଖଯୋଗ୍ୟ ଯେ ଏହି ଅଧ୍ୟୟନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ଅଧ୍ୟୟନଠାରୁ ଭିନ୍ନ ହେବ । ଆଇସିଏମ୍ଆର୍ ଦ୍ବାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଥିଲା ଯେ ଦୁଇଟି କୋଭିଡ୍ ଟିକା ମିଶାଇଲେ ଉନ୍ନତ ସୁରକ୍ଷା ମିଳିବା ସହ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ।