ପଂଚାୟତ ପିିଇଓଙ୍କ ବିରୋଧରେ ଭିଡିଲାନ୍ସ ଚଢାଉ | News Room Odisha

ପଂଚାୟତ ପିିଇଓଙ୍କ ବିରୋଧରେ ଭିଡିଲାନ୍ସ ଚଢାଉ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ଫସିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଂଚାୟତର ପିଇଓ ସନ୍ତୋଷ କୁମାର ସାହୁ । ତାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଢେଙ୍କାନାଳ ଓ କାମାକ୍ଷାନଗରରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ଜଣେ ଡିଏସପିଙ୍କ ସମେତ ୭ ଜଣ ଇନସପେକ୍ଟର ସାମିଲ ଅଛନ୍ତି । ଢେଙ୍କାନାଳ ଭିଜିଲାନ୍ସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତ୍‌ୃତ୍ୱରେ ଚଢାଉ ହୋଇଛି । ପିଇଓଙ୍କ କାମାକ୍ଷାନଗର ଜିରିଡାମାଳି ନିକଟରେ ୩ ମହଲା କୋଠା ସହ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଘର ରହିଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଆକାଂଉଟ ଜବତ ହୋଇଛି ।