ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପର୍ବକୁ ସ୍ବାଗତ | News Room Odisha

ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପର୍ବକୁ ସ୍ବାଗତ

କାଇଁଶିରରେ ଉତ୍ସବ ପାଳିଲେ ଯୁବ ଛାତ୍ର ଗୋଷ୍ଠୀ

ସମ୍ବଲପୁର: ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପର୍ବ ଆରମ୍ଭ ହୋଇଛି। ଓଡ଼ିଶାକୁ ଦେଶର କ୍ରୀଡ଼ା କେନ୍ଦ୍ର ଭାବେ ବିକଶିତ କରିବାକୁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଉତ୍ସାହଜନକ ନିଷ୍ପତି ନେଇଛନ୍ତି । ରାଜ୍ୟରେ ୮୯ ଟି ସ୍ଥାନ ରେ ବହୁମୁଖୀ ଷ୍ଟାଡିୟମ ୬୯୩.୩୫ କୋଟି ଟଙ୍କା ରେ ନିର୍ମିତ ହେବ । ଏମଧ୍ୟରୁ ସମ୍ବଲପୁର ଜିଲ୍ଲାରେ କୁଚିଣ୍ଡା, ରେଢ଼ାଖୋଲ ତଥା ସମ୍ବଲପୁର ମହାନଗର ୨୦ ନମ୍ବର ୱାର୍ଡ ଅନ୍ତର୍ଗତ କାଇଁଶିର ଠାରେ ନିର୍ମିତ ହେବ ଇନଡୋର ଷ୍ଟାଡିଅମ ! ଏହି ପରିପେକ୍ଷୀରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମ୍ବଲପୁର ମହାନଗର ୱାର୍ଡ ନମ୍ବର ୨୦ ର କାଇଁଶିର ଠାରେ ସ୍ଥାନୀୟ ଜନସାଧାରଣ, ଯୁବକ, ଛାତ୍ର ଓ କ୍ରୀଡ଼ା ପ୍ରେମୀମାନେ ହର୍ଷ ଉଲ୍ଲାସ ମଧ୍ୟରେ ଏକହୋଇ ରାଜ୍ୟର ସର୍ବପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସେମାଙ୍କ ସହ ଯୁବ ନେତା ଯାମିନୀ ବହିଦାରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି, ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ଚନ୍ଦ୍ର ପଟୁଆ, ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଭାପତି ମୋତିଲାଲ ତନ୍ତୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଏମ.ବି.ସତୟେନ, ଧନକୋଉଡା ବ୍ଲକ ଚେୟାରମ୍ୟାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶାନ୍ତନୁ ହୋତା, ଜ଼ିଲ୍ଲା ସମ୍ପାଦକ ଦିଲୀପ ଦାଶ,ଜିଲ୍ଲା ସମ୍ପାଦକ ଶିଶିର ମହାନ୍ତି(ପୁଚୁ), ଜିଲ୍ଲା ଛାତ୍ର ବିଜେଡି ସଭାପତି ଡ.ସିଦ୍ଧାନ୍ତ ମହାନ୍ତି, ଯୁବ ନେତା ଲିଙ୍ଗରାଜ ତ୍ରିପାଠୀ, ଇଂ.ନିଶିଥ ଆକାଶ, ରାଜା ପଟ୍ଟନାୟକ, ଜୟନାରାୟଣ ନାଗ, ଷ୍ଟେଫେନ ତିର୍କି, ମିଥୁନ ତନ୍ତୀ, ମହେନ୍ଦ୍ର ଓରାମ,ଅଶୋକ ବେହେରା,କର୍ଣ କୁମାର ବେହେରା , ସୁମିତ ସାହୁ, ରୁଦ୍ରପ୍ରତାପ,ପରେଶ ପଧାନ,ଶାନ୍ତନୁ ବଢ଼େଇ , ଯତୀଶ ପଧାନ,ସରୋଜ ସାହୁ, ସୁଶୀଲ ପଣ୍ଡା, ବିକାଶ ମଲିକ,ଯୁଦ୍ଧିଷ୍ଟ୍ର ମାଝୀ,ଅଜୁ ବେହେରା,ପ୍ରଭାତ କାଲୋ, କରଣ ରଣା,ଭରତ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।