ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ | News Room Odisha

ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ବ୍ରଜମଣ୍ଡଳର ପ୍ରସିଦ୍ଧ ସ୍ଥାନ ହେଉଛି ମଥୁରା ନଗର। ଶାସ୍ତ୍ର ଆଧାରରେ ଯାଯାବର ଠାରୁ ଆରମ୍ଭ କରି ଶୈକରୀ ବଟେଶ୍ୱର ପର୍ଯ୍ୟନ୍ତ କ୍ଷେତ୍ରକୁ ମଥୁରା ମଣ୍ଡଳ କୁହାଯାଏ। ଯାଯାବର ବିପ୍ରଙ୍କ ନାମାନୁସାରେ ସ୍ଥାନର ନାମ ଯାଯାବର ଏବଂ ଆଦି ଶୁକର ରୂପୀ ଵିଷ୍ଣୁଙ୍କ ନାମ ଅନୁସାରେ ସୌକରି ନାମ ହୋଇଛି। ସେଠାରେ ବଟେଶ୍ୱର ମହାଦେବ ବିରାଜମାନ କରିଛନ୍ତି। ଏହି ସ୍ଥାନରେ ବରାହ ଦଶନ ହ୍ରଦ ନାମରେ ଏକ ତୀର୍ଥ ମଧ୍ୟ ଅଛନ୍ତି। ଏହି ମଥୁରା ମଣ୍ଡଳଟି ରାଜା ଶ୍ରୀ ସୁରସେନଙ୍କ ରାଜ୍ୟ ଭାବରେ ବିଖ୍ୟାତ।

ଶ୍ରୀହରିଙ୍କ ପ୍ରିୟ ସ୍ଥାନ ହେଉଛି ମଥୁରା। ଚାଳିଶି ଯୋଜନ ବ୍ୟାପି ଏହି ମଥୁରା ପୁରୀ । ମଥୁରା ମଣ୍ଡଳ ଶ୍ରୀବିଷ୍ଣୁଙ୍କ ଚକ୍ର ଉପରେ ଅବସ୍ଥିତ ପଦ୍ମାକାର ବୈଷ୍ଣବ କ୍ଷେତ୍ର।

ଏହି ମଥୁରା ମଣ୍ଡଳରେ ରହିଛି ପୁରାଣ ପ୍ରସିଦ୍ଧ ଦ୍ଵାଦଶ ବନ। ଏହି ବନ ଗୁଡିକ ସମ୍ପର୍କରେ ପଦ୍ମ ପୁରାଣ ରେ ସୁନ୍ଦର ବର୍ଣ୍ଣନା ଥିବା ଦେଖାଯାଏ। ସେହି ପ୍ରସିଦ୍ଧ ଦ୍ଵାଦଶ ବନ ଗୁଡିକ ହେଉଛି –
୧) ଭଦ୍ର, ୨)ବିଲ୍ଵ ( ଶ୍ରୀ), ୩) ଲୌହ, ୪) ଭାଣ୍ଡିର, ୫)ମହାଵନ ( ଗୋକୁଳ ), ୬) ତାଳ ୭) ଖଦିର ୮) ବହୁଳା, ୯) କୁମୁଦ, ୧୦) କାମ୍ୟ, ୧୧) ମଧୁବନ, ୧୨) ବୃନ୍ଦାବନ।

ଏଥିମଧ୍ୟରୁ ସାତଟି ବନ କାଳନ୍ଦୀର ପଶ୍ଚିମ ତଟରେ ଅବସ୍ଥିତ। ଏହାର ପୁର୍ବ ତଟରେ ରହିଛି ବାକି ପାଞ୍ଚୋଟି ବନ। ସେହି ପାଞ୍ଚୋଟି ବନ ମଧ୍ୟରେ ରହିଛି ଗୁହ୍ୟ ଉତ୍ତମ ବନ ….. କ୍ରମଶଃ