ଶ୍ରୀମନ୍ଦିରର ମନୋରମ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌, ମୁଖ୍ୟମନ୍ତ୍ରୀ ବି କଲେ ପସନ୍ଦ, ଫଟୋଗ୍ରାଫରଙ୍କୁ ଦେଲେ ଧନ୍ୟବାଦ | News Room Odisha

ଶ୍ରୀମନ୍ଦିରର ମନୋରମ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌, ମୁଖ୍ୟମନ୍ତ୍ରୀ ବି କଲେ ପସନ୍ଦ, ଫଟୋଗ୍ରାଫରଙ୍କୁ ଦେଲେ ଧନ୍ୟବାଦ

ପୁରୀ- ମନ ଖୁସି କରିଦେବା ସହ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେବା ଭଳି ଶ୍ରୀମନ୍ଦିରର ଏକ ଆକର୍ଷଣୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଉପରେ ମେଘମାଳା ମଧ୍ୟରୁ ସୂର୍ଯ୍ୟଙ୍କ ବିଚ୍ଛୁରିତ କିରଣର ଏକ ମନୋରମ ଫଟୋ ସମରେନ୍ଦ୍ର ଦାଶ ନାମକ ଜଣେ ଫଟୋଗ୍ରାଫର ଉଠାଇଥିଲେ । ଏହି ଫଟୋକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପସନ୍ଦ କରି ସମରେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ମଧ୍ୟ ନିଜର ସୋସିଆଲ ମିଡିଆ ଆକାଂଉଟରେ ଏହାକୁ ସେୟାର କରିଛନ୍ତି ।

Chief Minister Naveen PatnaikJagannath Temple PhotoPuri Jagannath Temple