ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୋଲିସର ୧୦୦ ଜଣଙ୍କୁ ମିଳିବ ଡିିଜିପିଙ୍କ ସ୍ୱାଧୀନତା ଦିବସ ସମ୍ମାନ | News Room Odisha

ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୋଲିସର ୧୦୦ ଜଣଙ୍କୁ ମିଳିବ ଡିିଜିପିଙ୍କ ସ୍ୱାଧୀନତା ଦିବସ ସମ୍ମାନ

ଭୁବନେଶ୍ୱର- ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୋଲିସର ୧୦୦ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷର ଡିଜିପିଙ୍କ ସ୍ୱାଧୀନତା ଦିବସ ସମ୍ମାନ ମିଳିବ । ଡିଜିପିଙ୍କ ସମ୍ମାନ ପାଇଁ ମନୋନୀତ ୧୦୦ ଜଣଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ମହାନିରୀକ୍ଷକ ନରସିଂହ ଭୋଳ, ବଲାଙ୍ଗିର ଏସପି କୁଶାଲକର ନିତିନ ଡାଗଡୁ, କଳାହାଣ୍ଡି ଏସପି ଡକ୍ଟର ସରଭଣା ବିବେକ, ଦୁର୍ନୀତି ନିବାରଣ ସହକାରୀ ମହାନିରୀକ୍ଷକ ଅନିଲ କୁମାର ପାତ୍ର ପ୍ରମୁଖ ଅଛନ୍ତି । ଚତୁର୍ଥ ଏସଏସ ବାଟାଲିୟନର ଦୁର୍ବାସା ନାୟକ, ଦୁର୍ନୀତି ନିବାରଣ ବିଭାଗର ଅତିିରିକ୍ତ ଏସପି ପ୍ରକାଶ କୁମାର ନାୟକ, ସହକାରୀ ପୋଲିସ ଆୟୁକ୍ତ ତାପସ ଚନ୍ଦ୍ର ପ୍ରଧାନ, ନୟାଗଡ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭେନ୍ଦୁ ସିହ୍ନା, ସ୍ୱତନ୍ତ୍ର ଶାଖାର ଉପଅଧୀକ୍ଷକ ଅବନୀ କୁମାର ମହାନ୍ତି ମଧ୍ୟ ସମ୍ମାନିତ ହେବେ । ୧୩ ଜଣ ନିରୀକ୍ଷକ ସ୍ତରର ଅଧିକାରୀ, ୨ ଜଣ ସୁବେଦାର, ୧୦ ଜଣ ଉପନିରୀକ୍ଷକ, ଜଣେ ଉପସୁବେଦାର, ୬ ଜଣ ସହକାରୀ ଉପନିରୀକ୍ଷକ, ଜଣେ ହାବିଲଦାର ମେଜର, ୮ ଜଣ ହାବିଲଦାର, ୨୪ କନେଷ୍ଟବଳ, ଜଣେ ସହାୟକ ଗାଡିଚାଳକ, ୨ ଜଣ କମାଣ୍ଡୋ, ୨ ଜଣ ସିପାହୀ, ୧୦ ଜଣ ଓଏପିଏଫଙ୍କୁ ସମ୍ମାନ ପାଇଁ ମନୋନୀତ କରାଯାଇଛି ।

Odisha Police