ଆମ ଶରୀର ଚର୍ଚ୍ଚା: ଯୋଗ | News Room Odisha

ଆମ ଶରୀର ଚର୍ଚ୍ଚା: ଯୋଗ

ପାକସ୍ଥଳୀ ଏବଂ ପରିପାକ ପ୍ରଣାଳୀ (Stomach & digestive system ) : ଆମେ ଚୋବାଇ ଖାଉଥିବା ଖାଦ୍ୟ ପାଟିର ଲାଳ ( Saliva ) ସହିତ ମିଶି ଖାଦ୍ୟନଳୀ ( Food canal ) ବାଟ ଦେଇ ପାକସ୍ଥଳୀ କୁ ଯାଇଥାଏ। ଏହି ଖାଦ୍ୟ ପାକସ୍ଥଳୀରେ କ୍ଷରିତ ଗ୍ୟାଷ୍ଟ୍ରିକ ରସ ସହିତ ମିଶି ଥାଏ। ଗ୍ୟାଷ୍ଟ୍ରିକ ରସ ଅମ୍ଳ ଗୁଣଯୁକ୍ତ। ଏହା ଶର୍କରା ଯୁକ୍ତ ଖାଦ୍ୟକୁ ଜୀର୍ଣ୍ଣ କରିବାରେ ସାହାଯ୍ୟ କରେ ଓ ଖାଦ୍ୟରେ ମିଶିଥିବା କ୍ଷତି କାରକ ଜୀବାଣୁ କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଛେନା ଜାତୀୟ ଖାଦ୍ୟକୁ କେତେକ ପରିମାଣ ରେ ପରିବର୍ତ୍ତନ କରିଥାଏ। କହିବାକୁ ଗଲେ ଆମେ ଖାଉଥିବା ଖାଦ୍ୟ ପାକସ୍ଥଳୀରେ ରାସାୟନିକ ପରିବର୍ତ୍ତନ (Chemical change ) ହୋଇଥାଏ।

ଆମ ଉଦର ମଧ୍ୟରେ ଥିବା କ୍ଷୁଦ୍ରନ୍ତ ସହିତ ପାକସ୍ଥଳୀରେ ଦୁଇଟି ନଳୀ (Vale ) ସହିତ ସଂଯୁକ୍ତ। ଖାଦ୍ୟ ଉତ୍ତମ ରୂପେ ପରିପାକ ହେବା ପରେ ଏହି ଛୋଟ ନଳୀ ଦୁଇଟି ଆପେ ଆପେ ଖୋଲି ଯାଏ ଓ ଖାଦ୍ୟ କ୍ଷୁଦ୍ରନ୍ତ ( Small intenstiness ) କୁ ଆସେ। ପାକସ୍ଥଳୀରେ କ୍ଷୁଦ୍ରନ୍ତ ମଧ୍ୟକୁ ଖାଦ୍ୟ ଆସିବା ପାଇଁ ୩ ଘଣ୍ଟାରୁ ୫ ଘଣ୍ଟା ସମୟ ଲାଗିଥାଏ। ଖାଦ୍ୟ ଯଦି ଲଘୁ ଶ୍ରେଣୀ ର ଥାଏ ଏବଂ ପାକସ୍ଥଳୀ ଯଦି ଶୂନ୍ୟ ଥାଏ ତେବେ ଖାଦ୍ୟ ହଜମ ଯଥା ସମୟ ରେ ହୋଇଥାଏ। ଖାଦ୍ୟ ଯଦି ମସଲା ଯୁକ୍ତ ଏବଂ ଗୁରୁପାକ ହୋଇଥାଏ ତେବେ ଏହା ଜୀର୍ଣ୍ଣ ହେବା ପାଇଁ ଅଧିକ ସମୟ ନେଇଥାଏ । ( କ୍ରମଶଃ )