ଯୁକ୍ତ ଦୁଇ କଳାରେ ପାସ୍ ହାର ୯୮ ଦଶମିକ ୫୮ ପ୍ରତିଶତ, ଧନ୍ଦାମୂଳକ ଶିକ୍ଷାରେ ୯୯ ଦଶମିକ ୧୬ ପ୍ରତିଶତ | News Room Odisha

ଯୁକ୍ତ ଦୁଇ କଳାରେ ପାସ୍ ହାର ୯୮ ଦଶମିକ ୫୮ ପ୍ରତିଶତ, ଧନ୍ଦାମୂଳକ ଶିକ୍ଷାରେ ୯୯ ଦଶମିକ ୧୬ ପ୍ରତିଶତ

ଭୁବନେଶ୍ୱର – ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳାରେ ପାସ ହାର ରହିଛି ୯୮ ଦଶମିକ ୫୮ ପ୍ରତିଶତ । କଳାରେ ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଯୁକ୍ତ ଦୁଇ କଳାରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଛାତ୍ରଛାତ୍ରୀ ପାସ୍ ହୋଇଥିବା ବେଳେ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୧୦ ହଜାର ୭୪ ଛାତ୍ରଛାତ୍ରୀ । ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥିରେ ପାସ ହାର ରହିଛି ୯୯ ଦଶମିକ ୧୬ ପ୍ରତିଶତ ।

କୋରୋନା ମହାମାରୀ ଯୋଗୁଁ ଏଥର ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ପଦ୍ଧତିରେ କରାଯାଇଥିଲା ମୂଲ୍ୟାୟନ । ଜୁଲାଇ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା