ଦେଶବାସୀଙ୍କୁ ଆଫଗାନ୍ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀର ପୁନର୍ଗଠନ ପ୍ରାଥମିକତା | News Room Odisha

ଦେଶବାସୀଙ୍କୁ ଆଫଗାନ୍ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀର ପୁନର୍ଗଠନ ପ୍ରାଥମିକତା

କାବୁଲ: ତାଲିବାନ ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରି ରାଜଧାନୀ କାବୁଲ ଆଡ଼କୁ ମାଡ଼ି ଆସୁଥିବା ବେଳେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ନେଇ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଅଶ୍ରଫ ଘାନି । ସେ କହିଛନ୍ତି ଯେ ଦେଶରେ ପରିସ୍ଥିତି ବେଶ୍ ସଙ୍ଗୀନ୍ | ଆମ ଦେଶ ଏବେ ବିପଦରେ। ରାଷ୍ଟ୍ରପତି ଘାନି କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଆଫଗାନିସ୍ତାନ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀର ପୁନର୍ଗଠନ ଆମର ସର୍ବୋଚ୍ଚ ପ୍ରାଥମିକତା।

ଅଶ୍ରଫ ଘାନି କହିଛନ୍ତି, ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ରାଷ୍ଟ୍ରପତି ଭାବରେ ହିଂସା ଏବଂ ଲୋକଙ୍କ ବିସ୍ଥାପନକୁ ରୋକିବା ଉପରେ ମୋର ଧ୍ୟାନ ରହିଛି। ମୁଁ ଆଉ ଗଣହତ୍ୟା ପାଇଁ ଆଫଗାନିସ୍ତାନ ଉପରେ ଯୁଦ୍ଧ ଲଦିବାକୁ ଦେବି ନାହିଁ। ମୁଁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବାକୁ ଦେବି ନାହିଁ ବୋଲି କହିଛନ୍ତି ଘାନି।

ସେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଘାନି ଏନେଇ କିଛି କହିନଥିଲେ ।