ପୁଣି ହଜାରେ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ୮୬୮ ନୂଆ ମାମଲା, ୧୦୪ ଆକ୍ରାନ୍ତ ୧୮ ବର୍ଷରୁ କମ୍ ବୟସ୍କ | News Room Odisha

ପୁଣି ହଜାରେ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ୮୬୮ ନୂଆ ମାମଲା, ୧୦୪ ଆକ୍ରାନ୍ତ ୧୮ ବର୍ଷରୁ କମ୍ ବୟସ୍କ

ଭୁବନେଶ୍ୱର – ଚଳିତମାସରେ ଦ୍ୱିତୀୟ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ୧ ହଜାର ତଳେ ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୮୬୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୫୦୭ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ୨୫୬ ଏବଂ କଟକରୁ ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୫୨, ଯାଜପୁରରୁ ୪୫, ସମ୍ବଲପୁରରୁ ୩୯, ମୟୂରଭଞ୍ଜରୁ ୨୮, କେନ୍ଦ୍ରାପଡାରୁ ୨୬, ଅନୁଗୁଳରୁ ୨୬, ଜଗତସିଂହପୁରରୁ ୨୩, ନୟାଗଡରୁ ୨୧, ପୁରୀରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୯, ଢେଙ୍କାନାଳରୁ ୧୫, ସୁନ୍ଦରଗଡରୁ ୧୩, ବରଗଡରୁ ୧୩, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୦, ବଲାଙ୍ଗିରରୁ ୮, ନୂଆପଡାରୁ ୬, ମାଲକାନଗିରିରୁ ୬, ଝାରସୁଗୁଡାରୁ ୬, ଦେବଗଡରୁ ୬, ଗଞ୍ଜାମରୁ ୩, ରାୟଗଡାରୁ ୨, କଳାହାଣ୍ଡିରୁ ୨, ବୌଦ୍ଧରୁ ୧, ଗଜପତିରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।
ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୮ ହଜାର ୨୪୦ । ୧୦ ହଜାର ୧୮୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।