କରୋନା ଅପଡେଟ୍‌: ଦେଶରେ ଆଉ ୩୨,୯୩୭ ସଂକ୍ରମିତ ଚିହ୍ନଟ, ୪୧୭ ମୃତ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୨,୯୩୭ ସଂକ୍ରମିତ ଚିହ୍ନଟ, ୪୧୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୨,୯୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଛ’ ଦିନ ପରେ ଦୈନିକ ମାମଲା ୩୫ ହଜାର ତଳକୁ ଖସିଛି । ଶେଷଥର ଅଗଷ୍ଟ ୯ରେ ୨୮,୨୦୪ ମାମଲା ରିପୋର୍ଟ ହୋଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ଏହି ରୋଗରେ ଆଉ ୪୧୭ ଜଣଙ୍କ ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ଆଉ ୩୫,୯୦୯ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୨ ଲକ୍ଷ ୨୫ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏଯାବତ୍ ୪ ଲକ୍ଷ ୩୧ ହଜାର ୬୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୧୪ ଲକ୍ଷ ୧୧ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୩ ଲକ୍ଷ ୮୧ ହଜାର ସକ୍ରିୟ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଅଗଷ୍ଟ ୧୫ ସୁଦ୍ଧା ସମଗ୍ର ଦେଶରେ ୫୪ କୋଟି ୫୮ ଲକ୍ଷ ୫୭ ହଜାର ଟିକା ଡୋଜ୍ ଦିଆଯାଇଛି । ଗତକାଲି ଆଉ ୧୭.୪୩ ଲକ୍ଷ ଟିକା ଡୋଜ୍ ଦିଆଯାଇଥିଲା । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) ଅନୁଯାୟୀ ଏପର୍ଯ୍ୟନ୍ତ ଦେଶରେ ମୋଟ ୪୯ କୋଟି ୪୮ ଲକ୍ଷ କରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ୧୧.୮୧ ଲକ୍ଷ ନମୁନା ପରୀକ୍ଷଣ କରାଯାଇଥିଲା । ଦେଶରେ କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୭.୪୬ ପ୍ରତିଶତ ରହିଛି । ସକ୍ରିୟ ମାମଲା ମୋଟ ସଂକ୍ରମିତ ସଂଖ୍ୟାର ୧.୨୦ ପ୍ରତିଶତ ରେକର୍ଡ କରାଯାଇଛି ।