ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? | News Room Odisha

ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର- ରାଜ୍ୟରେ ଆଉ ୬୬ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୮ଟି ଜିଲ୍ଲାରୁ କୋରୋନା ମୃତ୍ୟୁ ରିପୋର୍ଟ ଆସିଛି । ତଥ୍ୟ ଅନୁସାରେ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରେ ୮ ଓ ଅନୁଗୁଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବରଗଡ, ଖୋର୍ଦ୍ଧା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାର ୪ ଜଣ ରୋଗୀ ଥିବା ବେଳେ ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୨ ଜଣ ଲେଖାଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେବଗଡ, ଯାଜପୁର, ଝାରସୁଗୁଡା ଓ ନୟାଗଡ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋଭିଡ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୯୫୩କୁ ବୃଦ୍ଧି ପାଇଛି ।