ଦଶମ ଓ ଦ୍ୱାଦଶ ପରେ ଆଜିଠାରୁ ରାଜ୍ୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ | News Room Odisha

ଦଶମ ଓ ଦ୍ୱାଦଶ ପରେ ଆଜିଠାରୁ ରାଜ୍ୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ

ଭୁବନେଶ୍ୱର-ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ଆଜିଠାରୁ ନବନ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ବା କ୍ଲାସରୁମ ପଠାପଢା ଆରମ୍ଭ ହୋଇଛି । ଛୁଟି ଦିନ ଛାଡି ପ୍ରତିଦିନ ସକାଳ ୯ରୁ ମଧ୍ୟାହ୍ନ ସାଢେ ୧୨ ଯାଏଁ କ୍ଲାସରୁମ ପାଠ ପଢା ହେବ । ସ୍କୁଲରେ ପ୍ରବେଶ ପାଇଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଅନୁମତି ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ କ୍ଲାସରୁମ ପାଠ ପଢା ହେବ । ସ୍କୁଲ ପରିସରକୁ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ । ସାମାଜିକ ଦୂରତା ରକ୍ଷା କରି ଶ୍ରେଣୀରେ ବସିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ଜୁଲାଇ ୨୬ ତାରିଖରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ ହୋଇଥିଲା ।