ଗଞ୍ଜାମ ଜିଲ୍ଲା ଶେରଗଡରେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ମାର୍ଟ କ୍ଲାସର ସ୍ଥିତି ପରଖିଲେ ୫-ଟି ସଚିବ | News Room Odisha

ଗଞ୍ଜାମ ଜିଲ୍ଲା ଶେରଗଡରେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ମାର୍ଟ କ୍ଲାସର ସ୍ଥିତି ପରଖିଲେ ୫-ଟି ସଚିବ

ବ୍ରହ୍ମପୁର– ୫-ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଶେରଗଡର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ।

ସ୍ମାର୍ଟ ସ୍କୁଲର ସ୍ଥିତି ପରଖିଛନ୍ତି । ସ୍ମାର୍ଟ କ୍ଲାସ ଓ ଲାଇବ୍ରେରୀ କାମର ତଦାରଖ କରିଛନ୍ତି ୫-ଟି ସଚିବ । ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସହ ବିଚାରବିମର୍ଷ କରିଛନ୍ତି ୫-ଟି ସଚିବ । ସ୍ମାର୍ଟ କ୍ଲାସରୁମ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକୀକରମ ହେଉଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ୍ ଓ ପାଠାଗାର । ପ୍ରତି କ୍ଲାସରୁମ ପାଇଁ ଖର୍ଚ୍ଚ ହେଉଛି ୪୫ ଲକ୍ଷ ଟଙ୍କା ।

ଖେଳପଡିଆର ମଧ୍ୟ ବିକାଶ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ କ୍ଲାସରୁମ ଯୋଜନାକୁ ସବୁ ମହଲରେ ସ୍ୱାଗତ କରାଯାଉଛି ।