ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁ | News Room Odisha

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ – ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୀତାରାମ ଭିଜିଲାନ୍ସ ରେଡ୍‌ର ସମ୍ମୁଖୀନ ହୋଇଛନ୍ତି । ପୁରୀ, ଭୁବନେଶ୍ୱର ଓ ନୟାଗଡର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିିଛି ଭିଜିଲାନ୍ସ ଟିମ୍ । ୮ଟି ଟିମ ଚଢାଉରେ ନିୟୋଜିତ ଅଛନ୍ତି । ୪ ଡିଏସପି, ୫ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ଚଢାଉରେ ସାମିଲ ହୋଇଛନ୍ତି ।