ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବି:  ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ | News Room Odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି:  ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ

ପ୍ରଥମ ଦିନ ରେ ୨୦ ହଜାର ରୁ ଉର୍ଦ୍ଧ୍ବ ଦେଲେ ଦସ୍ତଖତ

ସମ୍ବଲପୁର : “ସ୍କାନ” ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା’ ସମଲେଇ ପୀଠ ରୁ ପୂଜାର୍ଚନା ପରେ ଶୁଭାରମ୍ଭ ହୋଇଛି । “ସ୍କାନ” ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ ପ୍ରଥମେ ଦସ୍ତଖତ କରି ଏହି ଅଭିଯାନ କୁ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବାର୍ତ୍ତା ରେ “ଭାରତ ରତ୍ନ” ଉପାଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋତ୍ତମ ଯୋଗ୍ୟ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି ।

ଆଜି ପ୍ରଥମ ଦିନ ରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ହୀରାକୁଦ, ବୁର୍ଲା ଓ଼ ସମ୍ବଲପୁର ରୁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ଏହି ଦସ୍ତଖତ ଅଭିଯାନ ରେ ସାମିଲ ହୋଇ ଦସ୍ତଖତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉପଦେଷ୍ଟା ପାର୍ବତୀ ସେଠ, “ସ୍କାନ” ଅନୁଷ୍ଠାନ ର ଅଧକ୍ଷ ତଥା ଏହି ଦସ୍ତଖତ ଅଭିଯାନ ର ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା, ରାଜ୍ୟ ସଂଯୋଜକ ସରୋଜ ସାହୁ, ଜ଼ିଲ୍ଲା ସଂଯୋଜକ ହୀରାଲାଲ ବେହେରା, ରାଜ୍ୟ ପରିଷଦ ସଭ୍ୟ ଇଂ. ଗାନ୍ଧୀ ବେହେରା, ବିଜୁ ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର, ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ସଭନେତ୍ରୀ ବନ୍ଦିତା ରାଣୀ ମିଶ୍ର, ବିଜେଡି ଜ଼ିଲ୍ଲା ଉପ ସଭାପତି କିରଣ ବେହେରା, ନାରୀନେତ୍ରୀ ସୁରେଖା ସାହୁ,ଭାବେଶ ଚାନ୍ଦ, ସମ୍ପାଦକ କୂଳ ଶେଖର ବାରିକ, ଲଷ୍ମୀ ନାରାୟଣ ପ୍ରଧାନ, ସୂର୍ଯ୍ୟ କୁମାର ପଣ୍ଡା, ପ୍ରମୁଖ ଙ୍କ ସମେତ ବହୁ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ଥିଲେ ।

ସମ୍ବଲପୁର ମହାନଗର ନିଗମ ଅଂଚଳ ର ସମସ୍ତ ୱାର୍ଡ ରୁ ଏହି ଦସ୍ତଖତ ଅଭିଯାନ ସୁଚାରୁ ରୂପେ ସୁପରିଚାଳନା ପାଇଁ ସଂଯୋଜକ ଓ଼ ସହ ସଂଯୋଜକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମା’ ସମଲେଇ ପୀଠ ରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ରାଜ୍ୟ ର ୧୪୭ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୫ ମହାନଗର ନିଗମ, ୩୪ ମୁନୁସିପାଲିଟି, ୬୭ ଏନଏସି ଅଂଚଳ ସହ ୩୧୪ ବ୍ଲକ ର ୫୩, ୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କାରାଯିବା । ଏହା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ଜାନୁଆରୀ ୨୩ ତାରିଖ ଦିନ ସମସ୍ତ ଦସ୍ତଖତ ପତ୍ର ଗୁଡିକୁ ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କାରାଯାଇ ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ଉପାଧି ପ୍ରଦାନ କରାଯାଉ ବୋଲି ନିବେଦନ କାରାଯିବ । ଏହି ଦସ୍ତଖତ ଅଭିଯାନ ଅପରାହ୍ନ ୩ ଘଟିକା ରେ ହୀରାକୁଦ ମା ସନ୍ତୋଷୀ ମନ୍ଦିର ଛକ ଏବଂ ୫ ଟା ରେ ବୁର୍ଲା ପେଟ୍ରୋଲ ପମ୍ପ ଛକ ରେ ଅନୁଷ୍ଠିତ ହୋଇଥିଲା । ସ୍କାନ ର ହୀରାକୁଦ ସଂଯୋଜକ ଫକୀର ପ୍ରଧାନ ଏବଂ ବୁର୍ଲା ସଂଯୋଜକ ହୃଷିକେଶ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ।

Bharat RatnaNaveen Patnaik