ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ | News Room Odisha

ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ଆଦିବରାହ ମନ୍ଦିର : ମଥୁରା ସହରର ଚୌବେ ପଡ଼ାରେ ମାଣିକଚକ- ମହଲ୍ଲାର କ୍ଷୁଦ୍ରକୃତି ମନ୍ଦିରରେ ବିରାଜିତ ଅଛନ୍ତି ଚତୁର୍ଭୁଜ ଆଦିବରାହ ବିଗ୍ରହ। ଅବସ୍ଥିତ। ଏହାର ଅନତି ଦୂରରେ ଅଛନ୍ତି ଶ୍ୱେତ ବରାହ । ଏହି ଆଦି ବରାହଙ୍କୁ ଶ୍ରୀରାମଙ୍କ ଅନ୍ୟତମ ଅନୁଜ ଶ୍ରୀ ଶତ୍ରୁଘ୍ନ ମଥୁରାରେ ପ୍ରତିଷ୍ଠା କରିଥିଲେ।

ଧନୁକ ଭଙ୍ଗ ସ୍ଥଳ : ଏହି ସ୍ଥଳରେ କୃଷ୍ଣ ବଳରାମ କଂସ ପୂଜିତ ଶିଵଧନୁ ଭାଙ୍ଗି କଂସ ର ଗର୍ବ ମୋଚନ କରିଥିଲେ।

କୁବଲୟାପିଡ଼ ବଦ୍ଧ ସ୍ଥାନ : କଂସ ହସ୍ତୀର ନାମ ଥିଲା କୁବଲୟାପିଡ଼। ଏହି ହସ୍ତୀର ଶତଗଜ ତୁଲ୍ୟ ଶକ୍ତି ଥିଲା। ଏହି ସ୍ଥାନରେ କୃଷ୍ଣ ବଳରାମ କୁବଲୟାପିଡ଼ ହସ୍ତୀ କୁ ବଦ୍ଧ କରିଥିଲେ।

ରଙ୍ଗ ସ୍ଥଳ : ଏହି ସ୍ଥାନରେ ଶ୍ରୀକୃଷ୍ଣ କୁବଲୟାପିଡ଼ ହସ୍ତୀର ରକ୍ତ ସର୍ବାଙ୍ଗରେ ବୋଲି ଓ ଗଜଦାନ୍ତକୁ ସ୍କନ୍ଧରେ ଧରି ରଙ୍ଗ ସ୍ଥଳରେ ପ୍ରବେଶ କରିଥିଲେ। ରଙ୍ଗ ସ୍ଥଳର ବିଭିନ୍ନ ଲୋକ ତାଙ୍କୁ ବିଭିନ୍ନ ରୂପରେ ଏଠାରେ ଦର୍ଶନ କରିଥିଲେ। ଏହି ସ୍ଥାନରେ କଂସ ର ଅନେକ ଯୋଦ୍ଧା କୃଷ୍ଣଙ୍କ ହସ୍ତରେ ନିଧନ ମଧ୍ୟ ହୋଇଥିଲେ।

ଶ୍ରୀପିପ୍ପଲେଶ୍ୱର ମହାଦେବ : ଆଦି ବରାହ ପୁରାଣ ଅନୁସାରେ ପିପ୍ପଳାଦ ଋଷିଙ୍କୁ ଏଠାରେ ଶିବ ରକ୍ଷା କରିଥିଲେ। ସେହିଦିନ ଠାରୁ ସିଏ ଶ୍ରୀପିପ୍ପଲେଶ୍ୱର ମହାଦେବ ନାମରେ ଏଠାରେ ପୂଜିତ। ମଥୁରାର ପୂର୍ବ ଦିଗର ସିଏ କ୍ଷେତ୍ରପାଳ ଅଟନ୍ତି। ଏହି ମନ୍ଦିରଟି ବିଶ୍ରାମ ଘାଟର ଦକ୍ଷିଣରେ ଅବସ୍ଥିତ।। ….. କ୍ରମଶଃ