ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ କୋରୋନା ସଂକ୍ରମଣ ୧ ହଜାର ତଳେ, ୭୨୦ ନୂଆ ଆକ୍ରାନ୍ତ | News Room Odisha

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ କୋରୋନା ସଂକ୍ରମଣ ୧ ହଜାର ତଳେ, ୭୨୦ ନୂଆ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୧ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୨୦ କୋରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ରହିିଛି ୯୬ । ସଙ୍ଗରୋଧରୁ ୪୨୧ ଏବଂ ସ୍ଥାନୀୟ ଅଂଚଳରୁ ୨୯୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଏବଂ କଟକରୁ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରୁ ୩୩, ମୟୂରଭଞ୍ଜରୁ ୨୯, ଯାଜପୁରରୁ ୨୮, ଭଦ୍ରକରୁ ୨୨, ବାଲେଶ୍ୱରରୁ ୧୯, ନୟାଗଡରୁ ୧୮, ପୁରୀରୁ ୧୬, ଅନୁଗୁଳରୁ ୧୫, ଢେଙ୍କାନାଳରୁ ୧୫, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୧୧, ସୁନ୍ଦରଗଡରୁ ୧୧, କନ୍ଧମାଳରୁ ୯, ରାୟଗଡାରୁ ୮, ସମ୍ବଲପୁରରୁ ୬, ଗଞ୍ଜାମରୁ ୫, ଦେବଗଡରୁ ୫, ବଲାଙ୍ଗିରରୁ ୪, କଳାହାଣ୍ଡିରୁ ୪, ମାଲକାନଗିରିରୁ ୪, ସୁବର୍ଣ୍ଣପୁରରୁ ୩, କୋରାପୁଟରୁ ୩, ଝାରସୁଗୁଡାରୁ ୩, ଝାରସୁଗୁଡାରୁ ୩, ନୂଆପଡାରୁ ୨, ବରଗଡରୁ ୨, ବୌଦ୍ଧରୁ ୧ ଓ ନବରଙ୍ଗପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଜିଲ୍ଲା ଗତ ୨୪ ଘଂଟାରେ ସଂକ୍ରମଣ ଶୂନ୍ୟ ରହିଛି ।
ରାଜ୍ୟରେ ମୋଟ ୯ ଲକ୍ଷ ୯୬ ହଜାର ୧୫୩ ଜଣ କୋରୋନା ପଜିଟିଭ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୯ ହଜାର ୪୦୭ । ୯ ହଜାର ୬୭୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।