ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭ ହଜାର ପାର, ଆଉ ୬୮ ଜଣଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭ ହଜାର ପାର, ଆଉ ୬୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୮ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଅନୁସାର କଟକ ଜିଲ୍ଲାରୁ ୧୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁରରୁ ୭, ବାଲେଶ୍ୱରରୁ ଏବଂ କେନ୍ଦ୍ରାପଡାରୁ ୬ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରୁ ୫ ଜଣ କୋରୋନାରେ ପ୍ରାଣ ହରାଇଥିବା ବେଳେ ପୁରୀ ଓ ରାୟଗଡାରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୨୧କୁ ବୃଦ୍ଧି ପାଇଛି ।