ଆଫଗାନିସ୍ତାନରେ ତାଲିବାନର ବିଜୟ ନେଇ ଇମ୍ରାନ ଖାନ୍ ଖୁସି, କହିଲେ ତାଲିବାନ ଦାସତ୍ବର ଶୃଙ୍ଖଳ ଭାଙ୍ଗିଛି | News Room Odisha

ଆଫଗାନିସ୍ତାନରେ ତାଲିବାନର ବିଜୟ ନେଇ ଇମ୍ରାନ ଖାନ୍ ଖୁସି, କହିଲେ ତାଲିବାନ ଦାସତ୍ବର ଶୃଙ୍ଖଳ ଭାଙ୍ଗିଛି

କାବୁଲ: ଆଫଗାନିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ତାଲିବାନର ଶାସନ ନେଇ ସାରା ବିଶ୍ୱ ଆଶଙ୍କାରେ ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଇମ୍ରାନ ଯେ ତାଲିବାନର ଜଣେ ଦୃଢ ସମର୍ଥକ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ସୋମବାର ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଇମ୍ରାନ କହିଛନ୍ତି ଯେ ତାଲିବାନ ପ୍ରକୃତରେ ଦାସତ୍ୱର ଶୃଙ୍ଖଳ ଭାଙ୍ଗିଛି।

ପାକିସ୍ତାନୀ ସେନା ଏବଂ ସରକାର ତାଲିବାନକୁ ସମର୍ଥନ ଓ ସହାୟତା କରୁଥିବା ନେଇ ଅଭିଯୋଗ ହୋଇଆସୁଛି।
ସୋମବାର ନିଜେ ଆଉ ଏକ ଘଟଣା ଘଟିଛି। ଆଫଗାନିସ୍ତାନର କିଛି ରାଜନେତା ଇସଲାମାବାଦରେ ପହଞ୍ଚି ସେଠାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶୀଙ୍କୁ ଭେଟିଥିଲେ। ତେବେ ଏହି ପ୍ରତିନିଧି ଦଳରେ କିଛି ତାଲିବାନ ନେତା ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

AfghanistanAfghanistan CrisisPakistan Prime Minister Imran KhanTaliban