ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବ ସମୀକ୍ଷା | News Room Odisha

ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବ ସମୀକ୍ଷା

ଭୁବନେଶ୍ୱର –ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ରାଉରକେଲା ଗସ୍ତ କରୁଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା ଓ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ରାଉରକେଲା ଯିବେ । ବିପିୟୁଟି ପରିସରରେ ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବେ ସଚିବଙ୍କ ଟିମ୍ । ୨୦୨୩ ବିଶ୍ୱକପ୍ ହକିର କିଛି ମ୍ୟାଚ୍ ଏଠାରେ ଖେଳାଯିବ । ପରେ ସହରର ଛେଣ୍ଡ୍ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନେଟୋରିୟମ କାମର ଅନୁଧ୍ୟାନ କରିବେ ସଚିବଙ୍କ ଟିମ୍ । ସୁନ୍ଦରଗଡ ଜିଲ୍ଲାର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହେବ ।