ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦୋଷ ମୁକ୍ତ କରିଛନ୍ତି । ୨୦୧୪ ଜାନୁୟାରୀ ୧୭ ରାତିରେ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ଥରୁରଙ୍କ ପତ୍ନୀ ସୁନନ୍ଦାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ ଥରୁରଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସ୍କାଇବା ଏବଂ ମାନସିକ ନିର୍ଯାତନା ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ୍ । ଏହି ଘଟଣାରେ ଯେଉଁ ଦଫାରେ ପୋଲିସ୍ ଥରରୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତେ ତେବେ ୩ ରୁ ୧୦ ବର୍ଷ ଜେଲଦଣ୍ଡ ଭୋଗିଥାନ୍ତେ ।
ଏହି ମାମଲାରେ ଦୋଷମୁକ୍ତ ହେବା ପରେ ଥରୁର କୋର୍ଟରେ କହିଛନ୍ତି, ଗତ ସାଢ଼େ ସାତ ବର୍ଷ ନିର୍ଯାତନା ଓ ଯନ୍ତ୍ରଣା ଭରା ରହିଥିଲା । ଏହି ରାୟ ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ।