ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ଜୀବନ ଗଲା | News Room Odisha

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ଜୀବନ ଗଲା

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଧୀନ ଜଗତ ସାହିରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି କିଶୋର ଚନ୍ଦ୍ର ପାଣିଗ୍ରାହୀ। ତାଙ୍କର ବୟସ ୫୦ ବର୍ଷ ଅଟେ। କିଶୋରଙ୍କୁ ତାଙ୍କ ସାନ ଭାଇ ରାଧାଶ୍ୟାମ ପାଣିଗ୍ରାହୀଙ୍କ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଛି।କିଶୋର ଘରେ ବସିଥିବା ବେଳେ ରାଧାଶ୍ୟାମ ହଠାତ ଆସି ବେକକୁ ହାଣି ପକାଇଥିଲା। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି। ପୁଲିସ ପହଞ୍ଚି ମୃତଦେହକୁ କୋଦଳା ଡାକ୍ତରଖାନାକୁ ନେଇଛି। ଏହି ଘଟଣାକୁ ନେଇ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l