ପିଲାଙ୍କଠାରେ କୋରୋନା ସଂକ୍ରମଣର ତୀବ୍ରତା କମ୍ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ପିଲାଙ୍କଠାରେ କୋରୋନା ସଂକ୍ରମଣର ତୀବ୍ରତା କମ୍ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନାର ଦ୍ୱିତୀୟ ପ୍ରବାହର ପ୍ରକୋପ ହ୍ରାସ ପାଇବାରେ ଲାଗିଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ବି ତଳେ ୧ ହଜାର ତଳେ ରହୁଛି । ସମ୍ଭାବ୍ୟ ତୃତୀୟ ପ୍ରବାହରେ ପିଲାମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଶିଶୁଙ୍କ ସଂକ୍ରମଣ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ପ୍ରବାହରେ ୧୦ ବର୍ଷ ବୟସର ତିନି ଦଶମିକ ୫ ପ୍ରତିଶତ ପିଲା ସଂକ୍ରମିତ ହେଉଥିଲେ । ୧୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମଣ ହାର ୮ରୁ ୮ ଦଶମିକ ୫ ପ୍ରତିଶତ ରହୁଥିଲା । ଦ୍ୱିତୀୟ ପ୍ରବାହରେ ଡେଲଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨ ପ୍ରତିଶତ ପାଖାପାଖି ଥିଲା । ପିଲାମାନଙ୍କଠାରେ ସଂକ୍ରମଣର ତୀବ୍ରତା କମ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬ ପ୍ରତିଶତ ଡାକ୍ତରଖାନା ଯିବେ ବୋଲି ସେ କହିଛନ୍ତି ।