ମମତାଙ୍କୁ ଝଟକା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବ ସିବିଆଇ | News Room Odisha

ମମତାଙ୍କୁ ଝଟକା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବ ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଘଟିଥିବା ହିଂସା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି କଲିକତା ହାଇକୋର୍ଟ କହିଛନ୍ତି। ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇ ଏକ ଏସ୍ଆଇଟି ଗଠନ କରିବ। କୋଲକାତା ପୋଲିସ କମିଶନର ସୋମେନ ମିତ୍ର ଏବଂ ଅନ୍ୟମାନଙ୍କୁ ଏହି ଏସଆଇଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଏହି ଆଦେଶ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।

ରାଜ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଏହାର ମହିଳା ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ କିଛି ଦଳୀୟ କର୍ମୀଙ୍କୁ ହତ୍ୟା କରିଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା । ପାର୍ଟି ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ଏବଂ ଦୋକାନ ଓ କାର୍ଯ୍ୟାଳୟ ଲୁଟ୍ ହୋଇଥିଲା।