କରୋନା ଅପଡେଟ୍‌: ଦେଶରେ ଆଉ ୩୬,୫୭୧ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ପାଞ୍ଚ ମାସରେ ସର୍ବନିମ୍ନ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୬,୫୭୧ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ପାଞ୍ଚ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଗତ କିଛି ଦିନ ଧରି ୪୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୩୬,୫୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀ ଆଉ ୫୪୦ ଜଣଙ୍କ ଜୀବନ ନେଇଛି । ତେବେ ଭାରତରେ ଆରୋଗ୍ୟ ହାର ୯୭.୫୪ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ୩,୬୩,୬୦୫ରେ ପହଞ୍ଚିଛି, ଯାହା ୧୫୦ ଦିନରେ ସର୍ବନିମ୍ନ ।

ଭାରତୀୟ ଭେଷଜ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) ତଥ୍ୟ ଅନୁଯାୟୀ ଦେଶରେ ଏଯାବତ୍ ମାଟ ୫୦ କୋଟିରୁ ଊର୍ଦ୍ଧ୍ୱ କରୋନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ଗତ ୨୪ ଘଣ୍ଟାରେ ୧୮ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି ।
ଦେଶରେ ସଂକ୍ରମଣ ଆରମ୍ଭ ହେବା ପରଠୁ ଏଯାବତ୍ ମୋଟ ୩ କୋଟି୨୩ ଲକ୍ଷ ୨୨ ହଜାର ୨୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୩୩ ହଜାର ୫୮୯ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ସାପ୍ତାହିକ ସଂକ୍ରମଣ ହାର ୨ ପ୍ରତିଶତରୁ କମ୍ ରହିଛି । ସକ୍ରିୟ ମାମଲା ମୋଟ ସଂକ୍ରମିତଙ୍କ ୧.୧୨ ପ୍ରତିଶତ ରହିଛି ।