ପ୍ରସାଦ ଖାଇ ୨୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ | News Room Odisha

ପ୍ରସାଦ ଖାଇ ୨୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ମୋରିଗାଓଁ (ଆସାମ): ଆସାମର ହୋଜାଇ ଜିଲ୍ଲାରେ ଏକ ଧାର୍ମିକ ଉତ୍ସବରେ ପ୍ରସାଦ ଖାଇ ୨୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ମାନଙ୍କୁ ହୋଜାଇ ଓ ନାଗାଓଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ହୋଜାଇ ଜିଲ୍ଲାର ଲଙ୍କା ସହରର ୭ ନମ୍ବର ୱାର୍ଡରେ ଅନୁଷ୍ଠିତ ଏକ ଧାର୍ମିକ ଉତ୍ସବରେ ପ୍ରସାଦ ବଣ୍ଟନ କରାଯାଇଥିଲା । ପ୍ରସାଦ ଖାଇବା ପରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବାନ୍ତି ଓ ଜ୍ୱର ହୋଇଥିଲା । ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ଅଛନ୍ତି । ଉନ୍ନତ ଚିକିତ୍ସା ଲାଗି ଅସୁସ୍ଥଙ୍କ ମଧ୍ୟରୁ ଅଧିକାଂଶ ହୋଜାଇ ଓ ନାଗାଓଁର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପର୍ଯ୍ୟନ୍ତ କେହି ଗୁରୁତର ଅସୁସ୍ଥ ଥିବା ସୂଚନା ମିଳିନାହିଁ । ଘଟଣାର ତଦନ୍ତ କରାଯାଉଛି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।