ଭୁବନେଶ୍ୱର ଏମସରେ ଗରିବଙ୍କୁ ମାଗଣାରେ ମିଳିବ ଇକମୋ ସେବା | News Room Odisha

ଭୁବନେଶ୍ୱର ଏମସରେ ଗରିବଙ୍କୁ ମାଗଣାରେ ମିଳିବ ଇକମୋ ସେବା

ଭୁବନେଶ୍ୱର- ଭୁବନେଶ୍ୱର ଏମସରେ ମାଗଣାରେ ଗରିବଙ୍କୁ ମିଳିବ ଇକମୋ ସେବା । ବ୍ୟୟବହୁଳ ଏହି ଚିକିତ୍ସା ପଦ୍ଧତି ଅତିଗୁରୁତର କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ତେବେ, ବିପିଏଲ ଓ ରାସନ କାର୍ଡଧାରୀଙ୍କୁ ଏମସରେ ମାଗଣାରେ ଇକ୍‌ମୋ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି । ଜୁଲାଇ ୧୫ରେ ଭୁବନେଶର ଏମ୍‌ସରେ ଏକ୍ସଟ୍ରାକର୍ପୋରିୟଲ ମେବ୍ରାଂନ୍ସ ଅକ୍ସିଜେନେସେନ ମେସିନ ଇକ୍‌ମୋ ସେବା ଆରମ୍ଭ ହୋଇଛି ।