ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିତ୍ତଲ, ମହାକାଳପଡାରେ ପ୍ରସ୍ତାବିତ ଇସ୍ପାତ କାରଖାନା ନେଇ ଆଲୋଚନା | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିତ୍ତଲ, ମହାକାଳପଡାରେ ପ୍ରସ୍ତାବିତ ଇସ୍ପାତ କାରଖାନା ନେଇ ଆଲୋଚନା

ଭୁବନେଶ୍ୱର- ଆର୍ସେଲର-ମିତ୍ତଲର ମୁଖ୍ୟ ଏଲ.ଏନ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । କେନ୍ଦ୍ରାପଡାର ମହାକାଳପଡାରେ ହେବାକୁ ଥିବା ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରସଙ୍ଗରେ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ନେଇ ସୂଚନା ମିଳିଛି । ୫୦ ହଜାର କୋଟି ଟଙ୍କାର କାରଖାନା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଆର୍ସେଲର ମିତ୍ତଲର କଂପାନି ସହ ବୁଝାମଣା ପତ୍ର ଚଳିତବର୍ଷ ମାର୍ଚ୍ଚମାସରେ ସ୍ୱାକ୍ଷରିତ ହୋଇଥିଲା ।