ରାଜ୍ୟରେ ୧ ହଜାର ତଳେ ସ୍ଥିର ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୧ ହଜାର ତଳେ ସ୍ଥିର ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦୧ । ସଙ୍ଗରୋଧରୁ ୪୪୩ ଓ ସ୍ଥାନୀୟ ଅଞ୍ଚଳରୁ ୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୫୨, ଯାଜପୁରରୁ ୩୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୦, ଜଗତସିଂହପୁରରୁ ୧୮, ବରଗଡରୁ ୧୮, ଅନୁଗୁଳରୁ ୧୬, କେନ୍ଦ୍ରାପଡାରୁ ୧୫, ପୁରୀରୁ ୧୩, ଦେବଗଡରୁ ୧୨, ଢେଙ୍କାନାଳରୁ ୧୨, ନୟାଗଡରୁ ୧୨, ସୁନ୍ଦରଗଡରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୮, କେନ୍ଦୁଝରରୁ ୫, ରାୟଗଡାରୁ ୫, ଗଞ୍ଜାମରୁ ୩, କନ୍ଧମାଳରୁ ୩, ବଲାଙ୍ଗିରରୁ ୨, ଗଜପତିରୁ ୨, ମାଲକାନଗିରିରୁ ୨, ବୌଦ୍ଧରୁ ୧, ନବରଙ୍ଗପୁରରୁ ୧, ସୁବର୍ଣ୍ଣପୁରରୁ ୧, ଝାରସୁଗୁଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡି, ନୂଆପଡା ଓ କୋରାପୁଟ ଜିଲ୍ଲାରୁ କୌଣସି ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି । ଏଥିରୁ ୯ ଲକ୍ଷ ୮୫ ହଜାର ୩୦୨ ସୁସ୍ଥ ହୋଇସାରିଛନ୍ତି । ୮ ହଜାର ୯୧୭ ରୋଗୀ ଚିକିତ୍ସାଧୀନ ଅଛନ୍ତି ।