ବସୁନ୍ଧରା ଯୋଜନା ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଜାଲରେ ୬ ପୂର୍ବତନ ଅଧିକାରୀ | News Room Odisha

ବସୁନ୍ଧରା ଯୋଜନା ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଜାଲରେ ୬ ପୂର୍ବତନ ଅଧିକାରୀ

ଭୁବନେଶ୍ୱର –ବସୁନ୍ଧରା ଯୋଜନାରେ ଦୁର୍ନୀତି ଅଭିଯୋଗରେ ୬ ପୂର୍ବତନ ଅଧିକାରୀ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଝିମାଣିର ପୂର୍ବତନ ଆରଆଇ ସନ୍ତୋଷ ମଲ୍ଲିକ, ପାରାଦୀପଗଡର ପୂର୍ବତନ ଆରଆଇ ନରେନ୍ଦ୍ର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆର ପୂୂୂୂର୍ବତନ ଆରଆଇ ଜ୍ୟୋତିଭୂଷଣ ବାରିକଙ୍କ ଘରେ ବି ଚଢାଉ କରିଛି ଭିଜିଲାନଓ । କଟକ, ଭୁବନେଶ୍ୱର, ଜଗତସିଂହପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।