ଦୁର୍ନୀତି ବିରୋଧରେ ଶୂନ ସହିଷ୍ଣୁତା ନୀତି, ବସୁନ୍ଧରା ଯୋଜନା ଦୁର୍ନୀତି ନେଇ ଭିଜିଲାନ୍ସ ଜାଲରେ ୬ ପୂର୍ବତନ ଅଧିକାରୀ | News Room Odisha

ଦୁର୍ନୀତି ବିରୋଧରେ ଶୂନ ସହିଷ୍ଣୁତା ନୀତି, ବସୁନ୍ଧରା ଯୋଜନା ଦୁର୍ନୀତି ନେଇ ଭିଜିଲାନ୍ସ ଜାଲରେ ୬ ପୂର୍ବତନ ଅଧିକାରୀ

ଭୁବନେଶ୍ୱର – ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ ସହିଷ୍ଣୁତା । ୫-ଟି ଅନ୍ତର୍ଗତ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବସୁନ୍ଧରା ଯୋଜନାରେ ଦୁର୍ନୀତି ଅଭିଯୋଗରେ ୬ ପୂର୍ବତନ ଅଧିକାରୀ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଝିମାଣିର ପୂର୍ବତନ ଆରଆଇ ସନ୍ତୋଷ ମଲ୍ଲିକ, ପାରାଦୀପଗଡର ପୂର୍ବତନ ଆରଆଇ ନରେନ୍ଦ୍ର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆର ପୂୂୂୂର୍ବତନ ଆରଆଇ ଜ୍ୟୋତିଭୂଷଣ ବାରିକଙ୍କ ଘରେ ବି ଚଢାଉ କରିଛି ଭିଜିଲାନଓ । କଟକ, ଭୁବନେଶ୍ୱର, ଜଗତସିଂହପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।