ଶ୍ରୀଜଗନ୍ନାଥ ମନ୍ଦିର ର ୮ ଟି ରହସ୍ୟ। ଯାହାକୁ ବୈଜ୍ଞାନିକମାନେ ଜାଣିବାକୁ ଆଜି ମଧ୍ୟ ଅସମର୍ଥ। | News Room Odisha

ଶ୍ରୀଜଗନ୍ନାଥ ମନ୍ଦିର ର ୮ ଟି ରହସ୍ୟ। ଯାହାକୁ ବୈଜ୍ଞାନିକମାନେ ଜାଣିବାକୁ ଆଜି ମଧ୍ୟ ଅସମର୍ଥ।

୧) ଜଗନ୍ନାଥ ମନ୍ଦିରର ପତାକା ବା ବାନା ସର୍ବଦା ପବନର ବିପରୀତ ଦିଗରେ ଉଡିଥାଏ। ଅର୍ଥାତ ଯଦି ପବନ ପୂର୍ଵରୁ ପଶ୍ଚିମକୁ ହେଉଛି ତେବେ ବାନାଟି ପଶ୍ଚିମରୁ ପୂର୍ବକୁ ଉଡ଼ିଥାଏ। ଏହା କେଉଁ କାରଣ ପାଇଁ ହେଉଛି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମନେ ମଧ୍ୟ ଜାଣିପାରୁ ନାହାନ୍ତି!

୨) ଜଗନ୍ନାଥର ମନ୍ଦିରର ଛାୟା ମଧ୍ୟ କୌଣସି ରହସ୍ୟ ଠାରୁ କମ ନୁହେଁ କାରଣ ଶ୍ରୀମନ୍ଦିରର ଛାୟା କେବେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାନ୍ତି।

3) ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରର ମଧ୍ୟ ରହିଛି ଅନେକ ଚମତ୍କାର ! ଏହି ସୁଦର୍ଶନ ଚକ୍ରଟି ଅଷ୍ଟ ଧାତୁରେ ତିଆରି। ଆପଣ ମନ୍ଦିରର ଯେକୌଣସି ସ୍ଥାନରେ ଠିଆହୋଇ ଦେଖିଲେ ଆପଣଙ୍କୁ ସୁଦର୍ଶନ ଚକ୍ର ସିଧା ଦେଖାଯିବ ! ଯେପରି ଲାଗିବ ଏହି ଆପଣଙ୍କ ଆଡୁ ମୁହଁ କରି ରହିଛି !

୪) ସାଧାରଣତଃ ଦିନ ସମୟରେ ପବନ ସ୍ଥଳତଟରୁ ସମୁଦ୍ର ଆଡକୁ ବୋହିଥାଏ ଏବଂ ସନ୍ଧ୍ୟା ସମୟରେ ଏହାର ବିପରୀତ ଦିଗରେ ବୋହିଥାଏ। କିନ୍ତୁ ପୁରୀରେ ଏହାର ଓଲଟା ହୋଇଥାଏ। ଏଠାରେ ସ୍ଥଳଭାଗରୁ ସମୁଦ୍ର ଆଡକୁ ପବନ ବୋହିଥାଏ !

୫) ପ୍ରାୟ ମନ୍ଦିରରେ ଦେଖାଯାଏ ମନ୍ଦିରର ଉପର ଭାଗରେ ଅନେକ ପକ୍ଷୀ ବାସ କରିଥାନ୍ତି। କିନ୍ତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ବି ପକ୍ଷୀ ବସିବାର ଦେଖାଯାଏ ନାହିଁ !

୬) ମନ୍ଦିର ରୋଷେଇ ଶାଳାରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ତିଆରି ହେଉଥିଲେ ମଧ୍ୟ ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଭୋଜନ କରିଥାନ୍ତି !

୭) ଶ୍ରୀମନ୍ଦିରର ବାହାରେ ଥିଲେ ଆପଣଙ୍କୁ ସମୁଦ୍ର ଗର୍ଜନ ଶୁଣା ଯିବ କିନ୍ତୁ ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ସମୁଦ୍ରର ଗର୍ଜନ ଶୁଣାଯାଏ ନାହିଁ !

୮)ମନ୍ଦିରର ରୋଷେଇ ଶାଳରେ ପ୍ରସାଦ ତିଆରି ପାଇଁ ହାଣ୍ଡିକୁ ଗୋଟିଏ ଉପରେ ଗୋଟିଏ ହାଣ୍ଡିକୁ ରଖାଯାଏ ! କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଶୀର୍ଷରେ ଥିବା ହାଣ୍ଡିର ପ୍ରସାଦଟି ପ୍ରଥମେ ତିଆରି ହୋଇଯାଏ ! ( ସଂଗୃହିତ )

Puri Jagannath Temple