ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ ଭିତ୍ତିରେ ମାଲକାନଗିରି ଜିଲ୍ଲାର ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ | News Room Odisha

ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ ଭିତ୍ତିରେ ମାଲକାନଗିରି ଜିଲ୍ଲାର ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ

ମାଲକାନଗିରି – ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଦିଆଯାଇଥିବା ଟେଣ୍ଡର ବାତିଲ ହୋଇଯାଇଛି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ବିଶାଲ ସିଂହ ଟେଣ୍ଡର ବାତିଲ କରିଛନ୍ତି । ପୂର୍ବତନ ଜିଲ୍ଲାପାଳ ୱାଇ. ବିଜୟଙ୍କ ସମୟରେ ଟେଣ୍ଡର ଦିଆଯାଇଥିଲା । ତେବେ, ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଥିଲା । ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଦକ୍ଷିଣାଞ୍ଚଳ ଆରଡିସି । ଟେଣ୍ଡର ଅନିୟମିତତା ଅଭିଯୋଗ ପରେ ଜିଲ୍ଲାପାଳ ୱାଇ. ବିଜୟଙ୍କୁ ବଦଳି କରାଯାଇଥିଲା ।