କୋରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ପାଇଁ ପ୍ରସ୍ତୁତି : କଟକ ଶିଶୁଭବନ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଘୋଷିତ | News Room Odisha

କୋରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ପାଇଁ ପ୍ରସ୍ତୁତି : କଟକ ଶିଶୁଭବନ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଘୋଷିତ

.କଟକ- କୋରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆଗୁଆ ପଦକ୍ଷେପ ନେଇଛନ୍ତି । ଏ ପରିପ୍ରେକ୍ଷୀରେ କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସିଲେନ୍ସ ଭାବେ ଘୋଷଣା କରାଯାଇଛି । ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ । ପ୍ରତି ବେଡ୍‌କୁ ଅକ୍ସିଜେନ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ । ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସବୁ ନିଷ୍ପତ୍ତହୋଇଛି । ଶିଶୁ ଭବନରେ ଆବଶ୍ୟକ ସଂଖ୍ୟକ ଏସି ଲଗାଯିବ । ଅଧୀକ୍ଷକ ଦେଇଥିବା ତାଲିକା ଅନୁସାରେ ସବୁ ଜରୁରୀ ସରଞ୍ଜାମ ସେପଟେମ୍ବର ପହିଲା ସୁଦ୍ଧା ଉପଲବ୍ଧ ହେବ ।