ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଦର୍ଶନୀୟ ସ୍ଥାନ | News Room Odisha

ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଦର୍ଶନୀୟ ସ୍ଥାନ

ମଧୁବନ : ଶ୍ରୀମଥୁରାର ନୈରୁତ୍ୱ କୋଣ ଶ୍ରୀଭୁତେଶ୍ୱର ମହାଦେବଙ୍କ ନିକଟରୁ ପ୍ରାୟ ଦୁଇ କ୍ରୋଶ ଦୂରରେ ମଧୁବନ ଅବସ୍ଥିତ। ମଥୁରାର ଦ୍ୱାଦଶ ବନ ମଧ୍ୟରୁ ମଧୁବନ ପ୍ରଥମ ବନ। ଏହି ମଧୁବନର ବର୍ତ୍ତମାନ ନାମ ହେଉଛି ମହୋଲି ଗ୍ରାମ। ମଧୁବନରେ ମଧୁଦୈତ୍ୟ ବାସ କରୁଥିଲା। ତାହାର ନାମ ଅନୁସାରେ ଏହା ମଧୁବନ ହୋଇଛି।

ମଧୁବନବିହାରୀ ଶ୍ରୀହରି : ଏହି ମଧୁବନ ରେ ଶ୍ରୀ ବଳଦେବ ମଧୁପାନ କରିଥିଲେ। ଏହି ସ୍ଥାନରେ ‘ ମଧୁକୁଣ ‘ ନାମକ ଏକ କୁଣ୍ଡ ରହିଛି। ଏହି କୁଣ୍ଡର ପଶ୍ଚିମ ଦିଗର କିଛି ଦୂରରେ ‘ମଧୁବନବିହାରୀ’ ଙ୍କ ମନ୍ଦିର ରହିଛି। ମନ୍ଦିରର ଗର୍ଭ ଗୃହରେ ବିରାଜିତ ମଧୁବନବିହାରୀ ବିଷ୍ଣୁ ମୂର୍ତ୍ତି ଙ୍କ ଦକ୍ଷିଣ ହସ୍ତରେ ମାଳା ଏବଂ ବାମ ହସ୍ତରେ ଖଡ୍ଗ ଧାରଣ କରିଛନ୍ତି। ଏହିପରି ରୂପରେ ସିଏ ମଧୁଦୈତ୍ୟ ରାକ୍ଷସ କୁ ଏଠାରେ ବଦ୍ଧ କରିଥିଲେ। ମହୋଲିର କିଛି ଦୂରରେ ମଧୁଦୈତ୍ୟ ଗୁମ୍ଫା ରହିଛି।

କୁହାଯାଏ ଭଗବାନ ଶ୍ରୀକୃଷ୍ଣ ନିଜର ବଂଶୀ ଦ୍ୱାରା ଏଠାରେ ଥିବା ‘କୃଷ୍ଣକୁଣ୍ଡ’ କୁ ସୃଷ୍ଟି କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଏହି କୁଣ୍ଡ ନିକଟରେ ଗୋ-ଚାରଣ କରିବା ସମୟରେ ଗାଈମାନେ ଏହି କୁଣ୍ଡରୁ ଜଳପାନ କରୁଥିଲେ।

ଶ୍ରୀବଲରାମ ମନ୍ଦିର : ଶ୍ରୀକୃଷ୍ଣକୁଣ୍ଡ ସମ୍ମୁଖ ଭାଗର ପାର୍ଶ୍ୱରେ ଶ୍ରୀବଲରାମ ମନ୍ଦିର ଅବସ୍ଥିତ। ଶ୍ରୀ ବଳରାମ ଏଠାରେ ଦେଖିବାକୁ କଳା। ପ୍ରବାଦ ରହିଛି ଯେ ଶ୍ରୀବଲରାମ ଏଠାରେ ମଧୁପାନ କରି ନିଜର ସଖାମାନଙ୍କ ସହିତ ନୃତ୍ୟ କରିଥିଲେ। ଯେତେବେଳେ ଶ୍ରୀକୃଷ୍ଣ ଓ ଶ୍ରୀବଲରାମ ବୃନ୍ଦାବନ, ମଥୁରା ଛାଡି ଦ୍ୱାରକାରେ ବାସ କରିବାକୁ ଲାଗିଲେ, ସେତେବେଳେ ବ୍ରଜବାସୀ ମାନେ ଶ୍ରୀକୃଷ୍ଣଙ୍କ ବିରହରେ ଖାଦ୍ୟ ବସ୍ତ୍ର ପରିତ୍ୟାଗ କରି ମୃତ୍ୟୁ ବରଣ କରିବାକୁ ଶପଥ ନେଲେ। ଏହିକଥା ଶ୍ରବଣ କରି ବଡ଼ଭାଇ ଶ୍ରୀବଲରାମ କୃଷ୍ଣଙ୍କୁ ସଙ୍ଗରେ ନେଇ ବ୍ରଜ ଆସିବାକୁ ଚାହିଁଲେ। କୌଣସି କାରଣରୁ କୃଷ୍ଣଙ୍କ ଆସିବା ବିଳମ୍ବ ହେବାରୁ ବଡ଼ଭାଇ ଶ୍ରୀବଲରାମ ବ୍ରଜକୁ ଏକା ଚାଲି ଆସି ବ୍ରଜବାସୀଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ। କିନ୍ତୁ ଏଥିରେ ବିଫଳ ହେବାରୁ ସିଏ ଶ୍ରୀକୃଷ୍ଣଙ୍କୁ ଚିନ୍ତା କରି କରି ନିଜେ ଶ୍ୟାମ ରଙ୍ଗରେ ରୂପାନ୍ତରିତ ହୋଇଗଲେ। ସେହିଦିନ ଠାରୁ ଶ୍ରୀବଲରାମ ଏଠାରେ କଳା ସ୍ୱରୂପରେ ବିଦ୍ୟମାନ।
.. …. କ୍ରମଶଃ