ରାଜ୍ୟରେ ୮୮୭ ନୂଆ କୋରୋନା ଆକ୍ରାନ୍ତ, ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ ସଂଖ୍ୟା ୧୩୧ | News Room Odisha

ରାଜ୍ୟରେ ୮୮୭ ନୂଆ କୋରୋନା ଆକ୍ରାନ୍ତ, ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ ସଂଖ୍ୟା ୧୩୧

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୮୭ ନୂଆ ପଜିଟିଭ । ଏଥିମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ୍ ୧୩୧ ବୟସ୍କ ଶିଶୁ ଓ କିଶୋର । ସଙ୍ଗରୋଧରୁ ୫୧୫ ଓ ସ୍ଥାନୀୟ ଅଞ୍ଚଳରୁ ୩୭୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୩୨୩, କଟକରୁ ୧୧୯,ବାଲେଶ୍ୱରରୁ ୫୬, ଯାଜପୁରରୁ ୪୩, ପୁରୀରୁ ୩୯, ଜଗତସିଂହପୁରରୁ ୩୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୭, ସମ୍ବଲପୁରରୁ ୨୧, କେନ୍ଦୁଝରରୁ ୧୯, ଢେଙ୍କାନାଳରୁ ୧୬, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୧, ବରଗଡରୁ ୯, ଭଦ୍ରକରୁ ୯, ଦେବଗଡରୁ ୯, ସୁନ୍ଦରଗଡରୁ ୭, ଝାରସୁଗୁଡାରୁ ୫, କୋରାପୁଟରୁ ୪, ଗଜପତିରୁ ୩, ନୂଆପଡାରୁ ୩, ଗଞ୍ଜାମରୁ ୨,ରାୟଗଡାରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ୨, କନ୍ଧମାଳରୁ ୨, କଳାହାଣ୍ଡିରୁ ୧ ଓ ବୌଦ୍ଧରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩ ହଜାର ୨୧୦ କୋରୋନା ପଜିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୭ ହଜାର ୩୬୯ । ସକ୍ରିୟ ମାମଲା ରହିଛି ୮ ହଜାର ୨୨୬ ।