ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା, ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ୍‌ | News Room Odisha

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା, ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ୍‌

ଭୁବନେଶ୍ୱର- ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି । ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ । ଟୋକିଓ ଅଲିମ୍ପିକ୍ସରେ ହକି ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତର ପୁରସ୍କାର ଦିଆଯିବ । ଶିବ ପ୍ରସାଦ ଦାସଙ୍କୁ ମିଳିବ ଶ୍ରେଷ୍ଠ କୋଚ୍ । ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ । ଏଥର କାହାକୁ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକର ପୁରସ୍କାର ମିଳିନାହିଁ ।