ଆଜି ବ୍ରଜମଣ୍ଡଳ ପରିକ୍ରମାରେ ଶ୍ରୀଶତ୍ରୁଘ୍ନଙ୍କ ରାଜଧାନୀ ମଧୁବନ | News Room Odisha

ଆଜି ବ୍ରଜମଣ୍ଡଳ ପରିକ୍ରମାରେ ଶ୍ରୀଶତ୍ରୁଘ୍ନଙ୍କ ରାଜଧାନୀ ମଧୁବନ

ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଦେଶରେ ଲବଣାସୁରକୁ ବଦ୍ଧ କରିଥିଲେ ଶ୍ରୀଶତ୍ରୁଘ୍ନ। ମଧୁବନର କୃଷ୍ଣକୁଣ୍ଡ’ ନିକଟରେ ରହିଥିବା ଶ୍ରୀଶତ୍ରୁଘ୍ନଙ୍କ ବିଗ୍ରହ ତ୍ରେତୟା ଯୁଗର। ଏହି ସ୍ଥାନରେ ରହିଛି ଲବଣାସୁର ଗୁମ୍ଫା। ଯେଉଁ ଗୁମ୍ଫାରେ ସିଏ ନିବାସ କରୁଥିଲା।

ଏହାର ଅନତି ଦୂରରେ ରହିଛି ଭକ୍ତରାଜ ଧ୍ରୁବଙ୍କ ସାଧନା ସ୍ଥଳୀ ଧ୍ରୁବଟିଲା। ଏହି ସ୍ଥାନରେ ଧ୍ରୁବ ସିଦ୍ଧି ପ୍ରାପ୍ତ କରିଥିଲେ।

ମଧୁବନର ଦୁଇ ମାଇଲି ଦୂର ଦକ୍ଷିଣ ଦିଗରେ ରହିଛି ପ୍ରସିଦ୍ଧ ତାଳବନ। ତାରସି ନାମକ ସ୍ଥାନରେ ଏହି ତାଳବନ ଅବସ୍ଥିତ। ତାଳବନରେ ଭଗବାନ ଶ୍ରୀବଳରାମ ଧେନୁକାସୁରକୁ ବଦ୍ଧ କରିଥିଲେ। ଏହି ସ୍ଥାନର ନାମ ତାଳବନ ହୋଇଥିଲେ ବି ଏଠାରେ ଗୋଟିଏ ହେଲେ ତାଳ ଗଛ ଦେଖିବାକୁ ମିଳେ ନାହିଁ। ଏହାର କାରଣ ପୌରାଣିକ ମତରେ କୁହାଯାଇଛି କି ଏହି ତାଳ ଗଛ ସମୂହରେ ଧେନୁକାସୁର ଶରୀର ପତିତ ହେବାରୁ ତାର ପ୍ରଭାବରେ ସମସ୍ତ ତାଳଗଛ ଚିରଦିନ ପାଇଁ ବିନଷ୍ଟ ହୋଇଗଲା।
.. …. କ୍ରମଶଃ