ଦୂରଦର୍ଶନ ବନ୍ଦ ଚକ୍ରାନ୍ତ ବିରୋଧରେ ଗର୍ଜିଲା ବିଜୁ ଛାତ୍ର ଜନତାଦଳ | News Room Odisha

ଦୂରଦର୍ଶନ ବନ୍ଦ ଚକ୍ରାନ୍ତ ବିରୋଧରେ ଗର୍ଜିଲା ବିଜୁ ଛାତ୍ର ଜନତାଦଳ

‘କେନ୍ଦ୍ରର ଏଭଳି ଆଭିମୁଖ୍ୟ ବରଦାସ୍ତ କରାଯିବନି’

ସମ୍ବଲପୁର: ଐତିହସିକ ତଥା ଭାରତ ର ଅଷ୍ଟମ,ଓଡ଼ିଶା ର ପ୍ରଥମ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର କୁ କେନ୍ଦ୍ର ସରକାର ବନ୍ଧ କରିଦେବାର ନିଷ୍ପତି ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫ ରୁ ଏକ ପ୍ରତିବାଦ ଧାରଣା ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ଧାରଣାକୁ ବିଜୁ ଜନତା ଦଳ ସମ୍ବଲପୁର ଜୋନ ସଭାପତି ଶ୍ରୀ ଦେବାଶିଷ ପରିଡା,ବିଜୁ ଯୁବ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଧର୍ମରାଜ ମରେଈ,ବିଜୁ ଛାତ୍ର ଜନତା ଦଳ ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି ମିଳିତ ଭାବରେ ପରିଚାଳନା କରିଥିଲେ ।

ପ୍ରଥମେ ବର୍ଷିଆନ ବିଜୁ ପରିବାର ର ସଦସ୍ୟ ତଥା ବିଜେଡି ନେତା ସ୍ବର୍ଗତ ତ୍ରିନାଥ ସ୍ୱାଇଁ ଙ୍କ ସମ୍ମାନର୍ଥେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି ଧାରଣା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ବିଜୁ ଛାତ୍ର ଜନତା ଦଳ ଜୋନ ସଭାପତି ଶ୍ରୀ ମିଲନ ହୋତା,ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ହୀରାଲାଲ ବେହେରା,ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ସତୀଶ ବିଶି,ବିଜୁ ଯୁବ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ମନୋଜ ମହାପାତ୍ର,ବିଜୁ ଯୁବ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର,ଜିଲ୍ଲା ଯୁବ ଉପସଭାପତି ଶ୍ରୀ ଅମିତାଭ ପରିଡା ପ୍ରମୁଖ କେନ୍ଦ୍ର ସରକାରଙ୍କର ଏହି ବୈମାତୃକ ମନୋଭାବ କୁ ତୀବ୍ର ଭର୍ସନା କରିଥିଲେ ।

ଅନ୍ୟତମ ବିଜେଡି ନେତା ତଥା ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଗୋକୁଳ ମେହେର କେନ୍ଦ୍ର ସରକାର ଙ୍କର ଓଡ଼ିଶା ତଥା ସମ୍ବଲପୁର ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କୁ ତୀବ୍ର ନିନ୍ଦା କରିଥିଲେ । ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ସମସ୍ତ ଉପସ୍ଥିତ ଯୁବ,ଛାତ୍ର ଓ ମହିଳା ସଂଗଠକ,ସମ୍ବଲପୁର ପ୍ରେମୀ ସଚେତିତ ନାଗରିକ ଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ସରକାରଙ୍କର ଏହି ଅବାନ୍ତର ନିଷ୍ପତି ର କଡ଼ା ନିନ୍ଦା କରିଥିଲେ । ସିଏ କହିଥିଲେ ଯେ ତତ୍କାଳୀନ ସ୍ବର୍ଗତ ମୋରାରଜୀ ଦେଶାଇ ଙ୍କ ଜନତା ପାର୍ଟି ସରକାର ସମୟରେ ପ୍ରବାଦ ପୁରୁଷ ଓ ସେ ସମୟର କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରଚେଷ୍ଟାରେ ଏହା ନିର୍ମିତ ହେବ ସମ୍ଭବ ହୋଇଥିଲା । ତତ୍କାଳୀନ ଓଡ଼ିଶା ସରକାର ଙ୍କର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଏଥି ନିମନ୍ତେ ଭିତ୍ତିଭୂମି ର ପ୍ରବନ୍ଧ କରିଥିଲେ । ଏହାକୁ ୧୯୭୮ ମସିହା ଏପ୍ରିଲ ୩୦ ତାରିଖ ଦିନ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀଯୁକ୍ତ ଲାଲ କୃଷ୍ଣ ଆଡ଼ଭାନୀ ଓ ଓଡ଼ିଶା ର ତତ୍କାଳୀନ ମନ୍ତ୍ରୀ ଓ ସମ୍ବଲପୁର ର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ସ୍ବର୍ଗତ ଡ଼.ଜସକେତନ ସାହୁ ମିଳିତ ଭାବରେ ଏହାକୁ ଲୋକାର୍ପଣ କରିଥିଲେ ।

ଏହା ଆମ ଅଂଚଳର କଲା,ସଂସ୍କୃତି,ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ କୁ ଜାତୀୟ ମାନସ ପଟ୍ଟ ରେ ପ୍ରତିଫଳିତ କରାଇଥିଲା । ଅନେକ ଲୋକ କଳାକାର ଏହି କେନ୍ଦ୍ର ଜରିଆ ରେ ନିଜର ପ୍ରତିଭା ବିକଶିତ କରିବାର ସୁଯୋଗ ପାଇଥିଲେ । ସେମାଙ୍କ ମଧ୍ୟରୁ ଅନେକ ସର୍ବଭାରତୀୟ ସ୍ତର ରେ ସମ୍ମାନିତ ହୋଇଛନ୍ତି । ଆଜି କେନ୍ଦ୍ର ସରକାରଙ୍କ ଏହି ଅନାବଶ୍ୟକ ଓ ନିନ୍ଦନୀୟ ନିଷ୍ପତି କୁ ସମ୍ବଲପୁରବାସୀ ବିରୋଧ କରୁଛନ୍ତି । କେନ୍ଦ୍ର ସରକାର ଅବିଳମ୍ବେ ତାଙ୍କ ନିଷ୍ପତି କୁ ପ୍ରତ୍ୟାହାର କରି ଏହି ଦୂରଦର୍ଶନ କେନ୍ଦ୍ର କୁ ଆହୁରି ବିକଶିତ ଓ ସମ୍ପ୍ରସାରିତ କରିବା ଦାବି କୁ ସେ ସମର୍ଥନ କରିଥିଲେ । ପଦ୍ମଶ୍ରୀ ଡ଼.ଜିତେନ୍ଦ୍ର ହରିପାଲ ଏହି ଧାରଣା କାର୍ଯ୍ୟକ୍ରମ କୁ ଉଡବୋଧନ ଦେଇ କହିଲେ ଆମର ଅଂଚଳ ର କଲା ସଂସ୍କୃତି ସୁରକ୍ଷା ତଥା ଆମର ଅଂଚଳ ର କଳାକାର ମାନଙ୍କୁ ଜାତୀୟ ସ୍ତରରେ ସୁଯୋଗ ପ୍ରଦାନ ପାଇଁ ଏହି ଦୂରଦର୍ଶନ କେନ୍ଦ୍ରକୁ ବନ୍ଧ କରିବା ବଦଳରେ ବିକସିତ କରାଯାଉ । ଏହି ପ୍ରତିବାଦ ସଭାରେ ପୂର୍ବତନ ସମ୍ବଲପୁର ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ,ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି,ଜିଲ୍ଲା ସମ୍ପାଦକ ଶ୍ରୀ ଭୋଲା ମହାତମ,ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଅଶୋକ ସେନାପତି,ଶ୍ରୀ ବସନ୍ତ ମିଶ୍ର,ରାଜ୍ୟ ମହିଳା ବିଜେଡି ଯୁଗ୍ମ ସମ୍ପାଦିକା ଡ଼.ସଂଯୁକ୍ତା ମେହେର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉଦ୍ବୋଧନ ଦେବା ସହିତ କେନ୍ଦ୍ର ସରକାର ତୁରନ୍ତ ଏହି ବୈମାତୃକ ତଥା ନ୍ୟସ୍ତସ୍ୱାର୍ଥ ସମ୍ଭଳିତ ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବି କରିଥିଲେ । ଏହି ପ୍ରତିବାଦ ଧାରଣା ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ କିରଣ ବେହେରା,ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ପାଣିଗ୍ରାହୀ,ଏମ ବି ସତୟେନ ଓ ଶ୍ରୀ ସୁଭାଶିଷ ପଣ୍ଡା,ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସେଲ ସଭାପତି ଶ୍ରୀ ମୋତିଲାଲ ତନ୍ତୀ,ରାଜ୍ୟ ପରିଷଦ ସଭ୍ୟ ଇଂ.ଗାନ୍ଧୀ ବେହେରା,ବରିଷ୍ଠ ବିଜେଡି ଜିଲ୍ଲା ସମ୍ପାଦକ ଶିଶିର ମହାନ୍ତି,ଶ୍ରୀ ଦିଲୀପ ଦାଶ,ଶ୍ରୀ ସୁଧୀର ପାଣିଗ୍ରାହୀ,ମହମ୍ମଦ ସନାଉଲ୍ଲାହ,ଶ୍ରୀ ମନୋଜ ଖୁଣ୍ଟିଆ,ଶ୍ରୀ ରୁଦ୍ର ପ୍ରଧାନ,ଶ୍ରୀ ସୁମନ୍ତରା ପଣ୍ଡା,ପୂର୍ବତନ ସମ୍ବଲପୁର ଟାଉନ ସଭାପତି ଶ୍ରୀ ପ୍ରଫୁଲ୍ଲ ଦାଶ,ଶ୍ରୀ ସବୀର ଅହମଦ,ଜିଲ୍ଲା ଯୁବ ବିଜେଡି ଉପସଭାପତି ଶ୍ରୀ କିଶୋର ପଣ୍ଡା,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଇଂ ଦୀନେଶ ସେଠ ଓ ଶ୍ରୀ ମଞ୍ଜୁ ଓରାମ,ଶ୍ରୀ ଅନମୋଲ କୁମାର,ଶ୍ରୀ ଚୁମନ ପ୍ରଧାନ,ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କବିତା ପୁରୋହିତ ଓ ଶ୍ରୀମତୀ ଉଷା ପ୍ରଧାନ,ସାଧାରଣ ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ,ଅଫସାନା ବେଗମ,ଜ୍ୟୋତ୍ସ୍ନା ପ୍ରଧାନ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଯୁବ ଛାତ୍ର ନେତୃମଣ୍ଡଳୀ ଦେବାଶିଷ ପରିଡା,ସିଦ୍ଧାନ୍ତ ମହାନ୍ତି,ମିଳନ ହୋତା,ଲକ୍ଷ୍ମୀପ୍ରସାଦ ମହାପାତ୍ର ଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅନୁରାଗ ସିଂ ଠାକୁର ଙ୍କ ଉଦ୍ଦେଶ୍ୟରେ ଏକ ଜ୍ଞାପନ ସମ୍ବଲପୁର ଜିଲ୍ଲାପାଲ ଙ୍କ ଜରିଆରେ ପ୍ରଦାନ କରିଥିଲେ । ଅନ୍ୟମାନଂକ ମଧ୍ୟରେ ପୂର୍ବତନ ଜିଲା ଯୁବ ବିଜେଡି ସଭାପତି ଶ୍ରୀ ସୁବାସ ଜେନା,ଶ୍ରୀ ଆନନ୍ଦ ବଡ଼ଗଈଆଁ,ଶ୍ରୀ ସୁରୁବାବୁ ମେହେର,ଶ୍ରୀ ରାଜେଶ ମିଶ୍ର,ଶ୍ରୀ ଆଶିଷ ମିଶ୍ର,ଇଂ.ନିଶିଥ ଆକାଶ,ଶ୍ରୀ ରାଜା ପଟ୍ଟନାୟକ,ଶ୍ରୀମତୀ ସୁବର୍ନ ନାୟକ,ଶ୍ରୀମତୀ ମିତାଲି ସାହୁ,ଶ୍ରୀ ଆଫଟାଵ ଆଲାମ,ଶ୍ରୀ ଷ୍ଟିଫେନ ତିର୍କି,ଶ୍ରୀ ସୁନୀଲ ମିଂଜ଼ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।