ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ, ୯ ପ୍ରସ୍ତାବ ଉପରେ ଲାଗିପାରେ ମୋହର | News Room Odisha

ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ, ୯ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର- ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ସାଢେ ୫ଟାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ସଂପର୍କିତ ପ୍ରସ୍ତାବ ଆସିବ ସମ୍ଭାବନା ରହିଛି । ଇ-ଯାନ ପ୍ରସ୍ତାବ ଉପରେ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ଆଲୋଚନା ହୋଇପାରେ ।