ରାଜ୍ୟରେ ୮୧୬ ନୂଆ କୋରୋନା ଆକ୍ରାନ୍ତ, ୧୮ ବର୍ଷରୁ କମ୍ ବୟସର ସଂକ୍ରମିତଙ୍କ ସଂଖ୍ୟା ୧୦୬ | News Room Odisha

ରାଜ୍ୟରେ ୮୧୬ ନୂଆ କୋରୋନା ଆକ୍ରାନ୍ତ, ୧୮ ବର୍ଷରୁ କମ୍ ବୟସର ସଂକ୍ରମିତଙ୍କ ସଂଖ୍ୟା ୧୦୬

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୮୧୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪୭୫ ଓ ସ୍ଥାନୀୟ ଅଞ୍ଚଳରୁ ୩୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୬ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧, କଟକରୁ ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୪୬, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, କେନ୍ଦ୍ରାପଡାରୁ ୨୯, ମୟୂରଭଞ୍ଜରୁ ୨୭, ପୁରୀରୁ ୨୦, ଢେଙ୍କାନାଳରୁ ୧୯, ମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୧୬, କେନ୍ଦ୍‌ୁଝରରୁ ୧୬, ଅନୁଗୁଳରୁ ୧୩, ବରଗଡରୁ ୧୩, ଦେବଗଡରୁ ୧୩, ନୟାଗଡରୁ ୧୨, ଗଞ୍ଜାମରୁ ୯, ଭଦ୍ରକରୁ ୯, କୋରାପୁଟରୁ ୫, ମାଲକାନଗିରିରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗିରରୁ ୩, କନ୍ଧମାଳରୁ ୩, ନୂଆପଡାରୁ ୧, ରାୟଗଡାରୁ ୧, ଝାରସୁଗୁଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।
ରାଜ୍ୟରେ ଏ ଯାଏଁ କୋରୋନା ପଜିଟିଭ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ରେ ପହଂଚିଛି । ଏଥିରୁ ୯ ଲକ୍ଷ ୮୮ ହଜାର୮୫୪ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୮ ହଜାର ୨୭୧ ରହିଛି ।